ପୁରୀରେ ହୋଟେଲ ମାଲିକଙ୍କୁ ହତ୍ୟା ଘଟଣା, ହତ୍ୟାକାରୀକୁ ଏନକାଉଣ୍ଟର କଲା ପୋଲିସ
ପୁରୀରେ ହୋଟେଲ ମାଲିକଙ୍କୁ ହତ୍ୟା , ଅଭିଯୁକ୍ତ ଚନ୍ଦନ ପଲାରକୁ ପୁଲିସ୍ର ଏନ୍କାଉଣ୍ଟର । ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ହତ୍ୟାକାଣ୍ଡ ।ଗତକାଲି ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା । ହୋଟେଲ ମାଲିକ ପବିତ୍ର ନାୟକଙ୍କୁ ଗୁଳି କରିଥିଲା ଚନ୍ଦନ ପଲାଇ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ। ଅନ୍ୟପଟେ ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଏବଂ ତଥ୍ୟକୁ ଆଧାର କରି ଛାନ୍ଭିନ୍ ଜାରି ରଖିଛି ପୋଲିସ । ଏହାସହ ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଏବଂ ପ୍ରାଥମିକ ତଦନ୍ତ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବ ପୋଲିସ ।ପବିତ୍ର ନାୟକଙ୍କ ବଳିଆପଣ୍ଡା ଅଞ୍ଚଳରେ ମନୋରମା ନାମକ ଏକ ହୋଟେଲ ରହିଛି ।