ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ୨୮ ରଥ ଦଉଡ଼ି
ଆଉ କିଛି ଦିନ ରହିଲା ରଥଯାତ୍ରା। ଆଜି ପୁରୀରେ ପହଞ୍ଚିଲା ରଥ ଦଉଡ଼ି । ଦୁଇଟି ଗାଡ଼ିରେ ତିନି ରଥ ପାଇଁ ୮ ଇଞ୍ଚ ଗୋଲେଇର ଆସିଲା ୨୮ଟି ଦଉଡ଼ି । ଗୋଟିଏ ଦଉଡ଼ିର ଲମ୍ବ ୨୨୦ ଫୁଟ ବା ୬୭ ମିଟର । ଓଡ଼ିଶା କତା ନିଗମ ପକ୍ଷରୁ ଆସିଲା ଏହି ଦଉଡ଼ି ।ତେବେ ଚଳିତ ଘୋଷଯାତ୍ରା ପାଇଁ ଆସିଲା ଦୁଇଟି ସେଟ୍ ରଥ ଦଉଡ଼ି ।ତିନି ରଥର ପ୍ରଭା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ରୂପକାର ସେବକ ମାନେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେହିପରି ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ରଥ ଦଉଡ଼ି । ତିନି ରଥ ପାଇଁ ୨୮ଟି ରଥ ଦଉଡି଼ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଛି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରଥ ଖଳାରେ ବିଶ୍ଵକର୍ମା, ଭୋଇ, ରୂପକାରଙ୍କ ସହ କମାର ଶାଳରେ ଓଝା ସେବକ ଏବଂ କରତି ଚାଳିରେ କରତି ସେବକମାନେ ଦ୍ରୁତ ଗତିରେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି । ଚିତ୍ରକର ସେବକ ମାନେ ଚିତ୍ର କାର୍ଯ୍ୟ ଜାରି ରଖିଛନ୍ତି ।ତିନି ରଥର ପ୍ରଭା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ରୂପକାର ସେବକ ମାନେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।