ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରବେଶ ଉତ୍ସବରେ ଯୋଗଦେଲେ କନ୍ଧମାଳ ସାଂସଦ

ଗଣିଆ (ବିଶ୍ୱରଂଜନ ସେଠି )-ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡା ପଞ୍ଚାୟତର ବେଲପଡାପାଟଣା ଗ୍ରାମରେ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହଙ୍କ ମନ୍ଦିର ପ୍ରବେଶ ଉତ୍ସବରେ ବୁଧବାର ଦିନ ମୁଖ୍ୟ ଅତିଥିଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଠାକୁରଙ୍କ ସାନିଧ୍ୟ ଲାଭ କରିଥିଲେ .। ପ୍ରଥମେ ଗ୍ରାମବାସୀଙ୍କ ତରଫରୁ ସାଂସଦଙ୍କୁ ବେଲପଡା ଗ୍ରାମନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ମନ୍ଦିର ନିକଟକୁ ପାଛୋଟି ନେଇଥିଲେ । ମନ୍ଦିର ନିକଟରେ ସାଂସଦ ପହଁଚିଲା ପରେ ଗ୍ରାମ କମିଟି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପରେ ସାଂସଦ ଦଧିବାମନ ଜୀଉଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ ।, ଏଇ କାଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ପ୍ରାଥୀ ରାଘବ ମଲ୍ଲିକ, ପୂର୍ବତନ ବିଧାୟକ ପୂର୍ଣ୍ଣିଚନ୍ଦ୍ର ନାୟକ, ପୂର୍ବତନ ବ୍ଲକ ଅଧକ୍ଷ ଅନ୍ତର୍ଯ୍ୟାମୀ ମିଶ୍ର, ଗଣିଆ ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର, ଗଣିଆ ସରପଞ୍ଚ ଗିରିଧାରୀ ସେଠି, ରାସଙ୍ଗ ସରପଞ୍ଚ ମାନସ କୁମାର ମହାଖୁଡାଙ୍କ ସମେତ ସମସ୍ତ ସରପଞ୍ଚଙ୍କ ପ୍ରତିନିଧି ଓ ସହାଶ୍ରୀଧିକ ବିଜେପି କର୍ମୀ ଯୋଗ ଦେଇଥିଲେ ।

ଗ୍ରାମ କମିଟି ସଭାପତି ଯତୀନ କୁମାର ସାହୁଙ୍କ ନେତୃତ୍ୱରେ ଗ୍ରାମବାଷୀମାନେ ସାଂସଦଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ବୁଧବାର ଦିନ ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତକାର ସୁବାସ ଦାସଙ୍କ ଦ୍ୱାରା ଭଜନ ସମାରୋହ ଭକ୍ତଙ୍କ ମନମୁଗ୍ଧକର ହୋଇଥିଲା । ଭଜନ ଶୁଣିବା ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଆସନ୍ତା କାଲି ଗୁରୁବାର ଦିନ ଦୂରଦର୍ଶନ ପ୍ରାର୍ଥନା ଚାନେଲ ପ୍ରବଚକ ମନୋଜ ପ୍ରଧାନଙ୍କ ଦ୍ୱାରା ସନ୍ଧ୍ୟା ୭ ଘଂଟିକା ସମୟରେ ପ୍ରବଚନ କାଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଗ୍ରାମ କମିଟି ତରଫରୁ ସୂଚନା ମିଳିଛି ।