ଥାନା ଏସଆଇଙ୍କୁ ମାନସିକ ନିର୍ଯାତନା ଅଭିଯୋଗ 

ବାଲେଶ୍ୱର ଜିଲ୍ଲା ବରହମପୁର ଥାନା IIC ଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ମାନସିକ ନିର୍ଯାତନା ଓ ଦୁର୍ବ୍ୟବହାର ଅଭିଯୋଗ କଲେ ବରହମପୁର ସବ ଇନ୍ସପେକ୍ଟର ମନୋରଞ୍ଜନ ପୁହାଣ। ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ବହୁଦିନରୁ ସର୍ବଦା ଦୁର୍ବ୍ୟବହାର କରୁଛନ୍ତି ମହିଳା IIC ପ୍ରେମଦା ନାୟକ। ଏପରିକି କୌଣସ ଥାନା କାର୍ଯ୍ୟରେ ଗଲେ ଥାନା ଗାଡ଼ି ନଦେଇ ଅସହଯୋଗ କରିବା ନେଇ ବାଲେଶ୍ବର ଅତିରିକ୍ତ SPଙ୍କ ନିକଟରେ SI ଅଭିଯୋଗ କରିଛନ୍ତି।। ଏନେଇ ଏସଆଇ ମନୋରଞ୍ଜନ ପୁହାଣ ନିଜର ଉପରୀସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ।ଅନ୍ୟପଟେ ଅଭିଯୋଗକୁ ନେଇ ବାଲେଶ୍ବର ଅତିରିକ୍ତ SP ପ୍ରମୋଦ ମଲ୍ଲିକ ଭିନ୍ନ ମତ ରଖିଛନ୍ତି। ଅଭିଯୋଗକାରୀ SI ବାରମ୍ବାର କାର୍ଯ୍ୟ ଅବହେଳା କରୁଥିବାରୁ IIC ତାଙ୍କୁ ତାଗିଦ କରିଥାଇ ପାରନ୍ତି। ଯାହାକୁ ସେ ଦୁର୍ବ୍ୟବହାର ବୋଲି କହୁଥିବା ବାଲେଶ୍ବର ଅତିରିକ୍ତ SP କହିଛନ୍ତି।