ନୀରବ ମୋଦୀଙ୍କୁ ବଡ଼ ଝଟ୍କା, ୧୦୦ କୋଟିର ମାମଲା ଜିତିଲା ବ୍ୟାଙ୍କ ଅଫ୍ ଇଣ୍ଡିଆ
ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁଲଣ୍ଡନ ହାଇକୋର୍ଟର ଶକ୍ତ ଧକ୍କା । ବ୍ୟାଙ୍କ ଅଫ୍ ଇଣ୍ଡିଆ ସପକ୍ଷରେ ରାୟ ଶୁଣାଇ ବ୍ରିଟେନର ଏହି ଅଦାଲତ ନୀରବଙ୍କୁ ବ୍ୟାଙ୍କର ୧୦.୭ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କାର ଋଣ ପରିଶୋଧ କରିବା ପାଇଁ ଦାୟୀ କରିଛନ୍ତି ।ଏହି ପରିମାଣ ନୀରବ ମୋଦି ତାଙ୍କର ଏକ କମ୍ପାନୀ, ଫାୟାରଷ୍ଟାର ଡାଇମଣ୍ଡ ଦ୍ୱାରା ନିଆଯାଇଥିବା ଋଣ ପାଇଁ ପ୍ରଦାନ କରିଥିବା ବ୍ୟକ୍ତିଗତ ଗ୍ୟାରେଣ୍ଟି ସହିତ ଜଡିତ।ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ପଳାତକ ବ୍ୟବସାୟୀ ନୀରବ ମୋଦିଙ୍କ ମଧ୍ୟରେ ବିବାଦ ଦୁବାଇସ୍ଥିତ ଏକ କମ୍ପାନୀ, ‘ଫାୟାରଷ୍ଟାର ଡାଇମଣ୍ଡ FZE’ କୁ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଋଣ ସହିତ ଜଡିତ। ଏହା ନୀରବ ମୋଦିଙ୍କ ମାଲିକାନା।ନୀରବ ମୋଦୀ ଅଦାଲତରେ ବ୍ୟାଙ୍କର ଏହି ଦାବିକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ତାଙ୍କ ଓକିଲମାନେ ଯୁକ୍ତି ବାଢ଼ିଥିଲେ ଯେ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ବ୍ୟକ୍ତିଗତ ଗ୍ୟାରେଣ୍ଟି ଲାଗୁ ହୋଇପାରିବ ନାହିଁ । ସେମାନେ କହିଥିଲେ ଯେ ବ୍ୟାଙ୍କ ସଠିକ୍ ଭାବେ ଟଙ୍କା ମାଗିନାହିଁ ଏବଂ ଋଣ ଶେଷ କରିବାର ଆଧାର ମଧ୍ୟ ପର୍ଯ୍ୟାପ୍ତ ନୁହେଁ । ମାତ୍ର ବିଚାରପତି ସାଇମନ ଟିଙ୍କଲର ନୀରବଙ୍କ ଏହି ସମସ୍ତ ଦଲିଲକୁ ଖାରଜ କରିଦେଇଥିଲେ । ନୀରବ ମୋଦୀ ଏହା ମଧ୍ୟ ଦାବି କରିଥିଲେ ଯେ ୨୦୧୮ ଏପ୍ରିଲ ଏବଂ ୨୦୨୫ ଅକ୍ଟୋବରରେ ପଠାଯାଇଥିବା ନୋଟିସ ତାଙ୍କୁ ମିଳିନଥିଲା, କାରଣ ସେହି ସମୟରେ ସେ ଭାରତରେ ନଥିଲେ। କିନ୍ତୁ କୋର୍ଟ କହିଥିଲେ ଯେ ବ୍ୟାଙ୍କର ନୋଟିସ ସଠିକ୍ ଉପାୟରେ ପହଞ୍ଚାଯାଇଥିଲା ଏବଂ ଅକ୍ଟୋବର ୨୦୨୫ର ନୋଟିସ ତ ସେହି ଜେଲ୍ ଠିକଣାକୁ ମଧ୍ୟ ପଠାଯାଇଥିଲା ଯେଉଁଠାରେ ନୀରବ ରହୁଥିଲେ ।ବ୍ୟାଙ୍କ ସପକ୍ଷରେ ରାୟ ଦେଇ ଲଣ୍ଡନ ହାଇକୋର୍ଟ ନୀରବ ମୋଦିଙ୍କୁ ପ୍ରାୟ ୧୦୦ କୋଟି (ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ଶୁଣାଣି କରି କୋର୍ଟ କହିଥିଲେ, ବ୍ୟାଙ୍କ ଅଫ ଇଣ୍ଡିଆର ଦାବି ବୈଧ ଏବଂ ଆଇନଗତ ଭାବରେ ସଠିକ ଥିଲା, ପରବର୍ତ୍ତୀ ସମୟରେ ବ୍ୟାଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଏହାର ଅର୍ଥ ହେଉଛି ବ୍ୟାଙ୍କ ଏବେ ୟୁକେରେ ଉପଲବ୍ଧ ଆଇନଗତ ଉପାୟଗୁଡ଼ିକୁ ବ୍ୟବହାର କରି ତାର ପାଣ୍ଠି ପୁନରୁଦ୍ଧାର କରିପାରିବ।ନୀରବ ମାର୍ଚ୍ଚ ୨୦୧୯ରେ ଲଣ୍ଡନରେ ଗିରଫ ହେବା ପରଠାରୁ ୟୁକେରେ ହେପାଜତରେ ଅଛନ୍ତି।