ଦାନରାଶି ଗଣନା ଏବଂ ପ୍ରବନ୍ଧନ ପ୍ରକ୍ରିୟାକୁ ନେଇ ଲାଗୁ ହେଲା ନୂଆ ନିୟମ

ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦ୍ବାରା ଦିଆଯାଉଥିବା ଦାନରାଶିର ସୁରକ୍ଷା ଏବଂ ପାରିଦର୍ଶିତାକୁ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନୂଆ ବ୍ୟବସ୍ଥା ଲାଗୁ କରିଛନ୍ତି । ଏବେ ଦାନ ଗଣତି କରିବାକୁ ଥିବା କର୍ମଚାରୀ ବିନା ପକେଟ ବସ୍ତ୍ର ପିନ୍ଧି ଥିବା ବାଧ୍ୟତାମୂଳକ ।ଗଣନା କେନ୍ଦ୍ରକୁ ଯିବା ପୂର୍ବରୁ ନିର୍ଦ୍ଧାରିତ ଡ୍ରେସ ପିନ୍ଧିବା ଜରୁରୀ | କୌଣସି ବ୍ୟକ୍ତିଗତ ଜିନିଷକୁ ଭିତରକୁ ନେଇ ଯିବାର ଅନୁମତି ନାହିଁ ।ଦାନ ଗଣନା କେନ୍ଦ୍ରକୁ ମୋବାଇଲ, ବ୍ୟାଗ, ପର୍ସ କିମ୍ବା ଅନ୍ୟ ବ୍ୟକ୍ତିଜତ ଜିନିଷ ନେବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।କର୍ମଚାରୀ ଏବେ ଗଣନା କେନ୍ଦ୍ରକୁ କେବଳ ଖାଲି ହାତରେ ପ୍ରବେଶ କରିବେ ।ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ ଭଲଭାବେ ଯାଞ୍ଚ କରାଯିବ । ଦାନ ଗଣନା କେନ୍ଦ୍ରରେ ସିସିଟିଭି କ୍ୟାମେରା ସଂଖ୍ୟା ବଢାଯାଇଛି ।ସୂଚନାଯୋଗ୍ୟ, ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ଚୋରି ମାମଲାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମାମଲାରେ ୪୦ ଜଣଙ୍କୁ ହଟାଇ ଦିଆଯାଇଛି । ଏମାନେ ଦାନ ଅର୍ଥ ଗଣତିରେ ନିୟୋଜିତ ଥିଲେ । ବ୍ୟାଙ୍କ୍ ଓ ଟ୍ରଷ୍ଟ ପକ୍ଷରୁ ନୂଆ ଗଣତି କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି ।