ଚଳିତ ଖରିଫ ଋତୁରେ ରାଜ୍ୟରେ ସାର ଯୋଗାଣକୁ ନେଇ କୌଣସି ଅସୁବିଧା ହେବନାହିଁ : ପ୍ରଦୀପ ବଳ ସାମନ୍ତ
ଚଳିତ ଖରିଫ ଋତୁରେ ରାଜ୍ୟରେ ସାର ଯୋଗାଣକୁ ନେଇ କୌଣସି ଅସୁବିଧା ହେବନାହିଁ| ଏହା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ରହିଥିବା ବେଳେ ଚାଷୀମାନଙ୍କ ଆବଶ୍ୟକତା ପୂରଣ ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି ।ଗତଥର କଳା ବଜାରି ହୋଇନଥିଲା କିନ୍ତୁ ଅତ୍ୟଧିକ ଚାଷ ଯୋଗୁ ସାର ଅଭାବ ରହିଲା । ୨୦୨୪-୨୫ ଅପେକ୍ଷା ୨୦-୨୫-୨୬ ରେ ତିନି ଲକ୍ଷ ୧୩ ହଜାର ଟନ୍ ଦେବାପରେ ସାର ଆହୁରି ଅଭାବ ରହିଲା। ଇନପୁଟ ସହାୟତା ରାଶି ସରକାର ଦେବାପରେ ଚାଷୀ ଗୋଚର ଜମିରେ ବି ଚାଷ କଲେ। ବିହନ ବି ଚାଷୀଙ୍କୁ ପର୍ଯ୍ୟାପ୍ତ ଯୋଗାଇ ଦିଆଯାଇଛି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ରାଜ୍ୟରେ ୟୁରିଆ, ଡିଏପି ଓ ଅନ୍ୟାନ୍ୟ ସାରର ପର୍ଯ୍ୟାପ୍ତ ମହଜୁଦ ରହିଥିବା ସହ ଜିଲ୍ଲାସ୍ତରରେ ଯୋଗାଣ ବ୍ୟବସ୍ଥା ଉପରେ ସରକାର ନିୟମିତ ନଜର ରଖୁଛନ୍ତି।