ଜୁଲାଇ ୯ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

ଓଡ଼ିଶା ଆସିବେ ଉପରାଷ୍ଟ୍ରପତି । ଜୁଲାଇ ୯ ତାରିଖରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ।ଭୁବନେଶ୍ୱରରେ ଅନୁଷ୍ଠିତ OUAT କାର୍ଯ୍ୟକ୍ରମରେ ସାମିଲ ହେବେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେବାର ସୂଚନା ରହିଛି । ଦିନିକିଆ ଗସ୍ତରେ ସେ ଭୁବନେଶ୍ୱରରେ ବିଭିନ୍ନ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ ।ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି କାର୍ଯ୍ୟକ୍ରମ ସ୍ଥଳର ସମସ୍ତ ବ୍ୟବସ୍ଥାକୁ ନେଇ ସମ୍ପୃକ୍ତ ବିଭାଗମାନେ ସଜାଗ ରହିଛନ୍ତି।