୪୮ ଘଣ୍ଟାରେ ସାରା ରାଜ୍ୟ ଛୁଇଁବ ମୌସୁମୀ, ୫ ଦିନ ଯାଏ ବର୍ଷା
ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସାରା ଓଡିଶା ଛୁଇଁବ । ରାଜ୍ୟରେ ଟ୍ରପ ଲାଇନ ସହ କାଳବୈଶାଖୀ ଯୋଗୁ ବର୍ଷା ହେଉଥିବା ବେଳେ ଆହୁରି ୫ ଦିନ ଯାଏ ବର୍ଷା ଲାଗି ରହିବ ବୋଲି ପାଣାପାଗ ବିଭାଗ ପୂର୍ବାନୁମାନ କରିଛି ।ଆଜି ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଭାରି ବର୍ଷା ହୋଇପାରେ । ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୫୦ରୁ ୬୦ କିମି ବେଗରେ ପବନ ବି ବହିପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର,କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ତେବେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ୨୩, ୨୪ ଓ ୨୫ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।ସେହିପରି ଆସନ୍ତାକାଲି ସାରା ରାଜ୍ୟରେ ବର୍ଷା ସମ୍ଭାବନା ଥିବା ମାଲକାନଗିରି,କୋରାପୁଟ, ନବରଙ୍ଗପୁର ରାୟଗଡା ଓ ଗଜପତି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଏହି ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ ବର୍ଷା ଓ ୪୦ ରୁ ୫୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ଅବଶିଷ୍ଟ ୨୫ ଜିଲ୍ଲାରେ ବଜ୍ରପାତ ସହ ୪୦ ରୁ ୫୦ କିମି ବେଗରେ ଝଟକା ପବନ ବହିବାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ ।