UG ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ ପ୍ରକାଶ :ରେଭେନ୍ସା ଆଗରେ

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ । ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ବାହାରିଲା ପ୍ରଥମ କଟ୍ ଅଫ୍ । କଳା, ବାଣିଜ୍ୟ, ବିଜ୍ଞାନ ବର୍ଗରେ ରେଭେନ୍ସା ଆଗରେ ।ରେଭେନ୍ସା କଳା (ରାଜନୀତି ବିଜ୍ଞାନ) କଟ୍ ଅଫ୍ ୯୪.୫୦%। (ବିଜ୍ଞାନରେ) ଫିଜିକ୍ସ ୯୬.୫୦%, ଜୁଲୋଜି ୯୪.୮୩%।ବାଣିଜ୍ୟରେ ମଧ୍ୟ ରେଭେନ୍ସା ଆଗରେ ରହିଛି। ଏଥିରେ କଟ୍ ଅଫ୍ ଯାଇଛି ୮୯.୧୭%।ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଆବେଦନ କରିଥିବା ୨, ୩୭, ୨୦୦ ଆବେଦନକାରୀଙ୍କ ମଧ୍ୟରୁ ୧,୭୮,୭୮୨ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ଚୟନ ହୋଇଛନ୍ତି । ଚୟନ ହୋଇଥିବା ଆବେଦନକାରୀଙ୍କ ମଧ୍ୟରୁ ଛାତ୍ରୀ ୧ ଲକ୍ଷ ୯ ହଜାର ୫୯୧ ଜଣ ଅଛନ୍ତି । ସେହିଭଳି ଛାତ୍ର ୬୯,୧୮୨ ଜଣ ଅଛନ୍ତି ।ପ୍ରଥମ ମେଧା ତାଲିକାରେ ଚୟନୀତ ଏବଂ “ଫ୍ରିଜ୍‌” ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀମାନେ ଜୁନ୍‌ ୨୩ ତାରିଖରୁ ଜୁନ୍‌ ୨୫ ତାରିଖ ମଧ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯାଇ ନିଜର ନାମଲେଖା ପ୍ରକ୍ରିୟା ସମ୍ପନ୍ନ କରିବେ। “ସ୍ଲାଇଡ୍/ଫ୍ଲୋଟ୍” ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀମାନେ ନିଜର ଆବଣ୍ଟିତ ଆସନ ପାଇଁ ନାମଲେଖା ଶୁଳ୍କ ଜମା କରି ଦ୍ୱିତୀୟ ପର୍ଯ୍ୟାୟ ଚୟନ ତାଲିକାକୁ ଅପେକ୍ଷା କରିବେ। ପ୍ରଥମ ପସନ୍ଦର ଅନୁଷ୍ଠାନରେ ଆସନ ପାଇଥିଲେ ମଧ୍ୟ ନାମ ଲେଖାଇବାକୁ ଇଚ୍ଛୁକ ନଥିବା ଛାତ୍ରଛାତ୍ରୀମାନେ ନୂତନ ଭାବେ ପ୍ରଚଳିତ ‘ଅଲ୍ଟର’ ବିକଳ୍ପ ମାଧ୍ୟମରେ ଓଟିପି (OTP) ଭିତ୍ତିକ ଯାଞ୍ଚ ଦ୍ୱାରା ନିଜ ପସନ୍ଦ ପରିବର୍ତ୍ତନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।