ତ୍ରିନାଥ ଠାକୁରଙ୍କ ୨୮ତମ ବାର୍ଷିକ ଉତ୍ସବ ପାଳିତ

ଗଣିଆ,(ବିଶ୍ୱରଂଜନ ସେଠି ) ପ୍ରତିବର୍ଷଭଳି ଚଳିତ ବର୍ଷମଧ୍ୟ ଗଣିଆ ଥାନା ପରିସରରେ ଥିବା ଶ୍ରୀ ଶ୍ରୀ ତ୍ରିନାଥ ଜୀଉଙ୍କ ୨୮ତମ ବାର୍ଷିକ ଉତ୍ସବ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି । । ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ କର୍ତାଭାବେ ଯୋଗଦାନ କରିଥିବାବେଳେ ପଳ୍ପକ୍ସଳ ପୁର୍ଣ୍ଣଚନ୍ଦ୍ର ମିଶ୍ର ପୂଜା କରିଥିଲେ । ପୁଜାରେ ଏସଡିପିଓ ସରୋଜ କୁମାର ସାହୁ, ଫତେଗଡ଼ ଥାନା ଅଧିକାରୀ ଅଜୟ ସାହୁ, ଖଣ୍ଡପଡ଼ା ଥାନା ଅଧିକାରୀ ବି.କେ. ହରିଚନ୍ଦନ ଓ ଦଶପଲା ଥାନା ଅଧିକାରୀ ବିନୟରଂଜନ ପରିଡ଼ାପ୍ରମୁଖ ଉପସ୍ଥିତ ଥିଲେ । ଥାନାର ଏଏସଆଇ ଶାହା ଆଲାମ ଖାନ, ପ୍ରଭାତ ଶବରଙ୍କ ସମେତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲାବେଳେ ସମସ୍ତ କର୍ମଚାରୀ ସହଯୋଗ ଥିଲେ । ଅପରାହ୍ନରେ ମାତୃମଣ୍ଡଳୀ ମାନଙ୍କ ଦ୍ୱାରା ହରିନାମ ଭଜନ ପରିବେଷଣ କରାଯାଇଥିଲା । ସଂନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସ୍ଥାନୀୟ ଅଂଚଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଥିଲା । ପରେ ସମସ୍ତେ ପ୍ରସାଦ ସେବନ କରି ଘରକୁ ଫେରିଥିଲେ ।