ଗଣିଆ ପଂଚାୟତରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ

ଗଣିଆ ( ବିଶ୍ୱରଂଜନ ସେଠି ) ଗଣିଆ ବ୍ଳକର କଲ୍ୟାଣ ମଣ୍ଡପଠାରେ ଗଣିଆ ପଂଚାୟତ ତରଫରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗଣିଆ ସରପଂଚ ଗିରିଧାରୀ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠି ହୋଇଥିବାବେଳେ ଗଣିଆ ବ୍ଳକର ସହକାରୀ ଯନ୍ତ୍ରୀ ମହେଶ ପ୍ରସାଦ ନାୟକ, ପଂଚାୟତ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକଙ୍କ ସମେତ ପଂଚାୟତର ସମସ୍ତ ୱାର୍ଡ଼ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।

ଏଥିରେ ଉପସ୍ଥିତ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୁର୍ଣ୍ଣା ଯୋଜନାରେ ରେସନକାର୍ଡ଼ ବଂଟନ କରାଯିବା ସହିତ ସରକାରଙ୍କ ୨ବର୍ଷ ପୁର୍ତୀ ଉପଲକ୍ଷେ ବିଭିନ୍ନ ଲୋକାଭୀମୁଖୀ କାର୍ଯ୍ୟ ସଂପର୍କରେ ସରପଂଚ ଶ୍ରୀଯୁକ୍ତ ସେଠୀ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଏଏନଏମ, ଅଙ୍ଗନୱାଡ଼ି କର୍ମଚାରୀ, ପ୍ରାଣୀମିତ୍ର, କୃଷିମିତ୍ର ଓ ସିଆରପି ସମେତ ଶତାଧ୍ଚଳ ଜନସାଧାରଣ ଉପସ୍ଥିତ ଥିଲେ ।