ରାଜଧାନୀରେ ପରକୀୟା ପ୍ରୀତି ପାଇଁ ଯୁବକଙ୍କୁ ନିର୍ମମ ହତ୍ୟା 

ପରକୀୟା ପ୍ରୀତି ପାଇଁ ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗାଡ଼କଣ ଶ୍ରୀ ସାଇ ବିହାରରେ ବର୍ବର ହତ୍ୟାକାଣ୍ଡ। ସ୍ତ୍ରୀ ସହ ପରକୀୟା ସମ୍ପର୍କ ଥିବା ବ୍ୟକ୍ତିଙ୍କୁ କଟୁରୀରେ ହାଣିଦେଲା ସ୍ଵାମୀ। ଚନ୍ଦ୍ରଶେଖର ପୁର ଥାନା ଅଞ୍ଚଳରେ କେଳୁଚରଣ ପାର୍କ କଡ଼ରେ ଘଟିଛି ଘଟଣା । ନୀଳକଣ୍ଠ ମହାନ୍ତି ନାମକ ହତ୍ୟାକାରୀକୁ କାବୁ କଲା ପୋଲିସ୍ ।ଘଟଣାସ୍ଥଳରେ ଜୋନ୫ ଏସିପି ସହ ମଞ୍ଚେଶ୍ୱର ଥାନା ଅଧିକାରୀ ପହଞ୍ଚି ସିସିଟିଭି ଯାଞ୍ଚ କରିଛନ୍ତି।

ସୂଚନା ଅନୁସାରେ ଆପାର୍ଟମେଣ୍ଟରରେ ପୂର୍ବତନ ସଭାପତି ସୁଶିଲ ସିଂଙ୍କ ସହ ନିଳକଣ୍ଠ ସ୍ତ୍ରୀଙ୍କ ସମ୍ପର୍କ ରହିଛି ବୋଲି ସନ୍ଦେହ କରୁଥିଲେ । ଯେହେତୁ ଦୁଇ ମାସ ତଳୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ସ୍ବାମୀ ସ୍ତ୍ରୀ ଅଲଗା ରହୁଥିଲେ । ଅଲଗା ରହିବ ସତ୍ତ୍ୱେ ନିଜ ସ୍ତ୍ରୀକୁ ହରାଇବାର ଭୟରେ ସୁଶିଲଙ୍କୁ ହତ୍ୟା କରିଛି ନୀଳକଣ୍ଠ । ଏହି ହତ୍ୟାକାଣ୍ଡ ପରେ ଗାଡ଼କଣ ଶ୍ରୀ ସାଇ ବିହାର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।