ଜବରଦଖଲ ଉଛେଦ କଲେ ଚନ୍ଦାହାଣ୍ଡି ତହସିଲଦାର

ଚନ୍ଦାହାଣ୍ଡି ୧୮/୦୬ )ବେନିୟମ ଭାବେ ସରକାରୀ ଜମିରେ ଦଖଲକରି ରାଜ କରୁଥିବା ଜବରଦଖଲ କାରୀଙ୍କ ହାତରୁ ଜମି ଛଡାଇ ନେଲେ ତହସିଲଦାର l ଦୀର୍ଘ ଦିନ ଧରି ସରକାରୀ ଜମିକୁ ନିଜ ପୈତୃକ ସମ୍ପତ୍ତି ପ୍ରାୟ ଉପଯୋଗ କରି ବାନ୍ଧିଥିଲେ ବଡ଼ ବଡ଼ କୋଠା ଓ ଗୋଦାମ ଘର l ତେବେ ଆଜି ପ୍ରଶାସନ ର ଜବରଦଖଲ ଉଛେଦ ବେଳେ ଦଖଲକାରୀମାନେ ପ୍ରଶାସନ କୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ ହେଁ l କିଛି ମାନି ନଥିଲେ ତହସିଲଦାର l
ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି କେନ୍ଦୁଗୁଡା, ତିଲିମାଲ ଓ ଦେଓବନ୍ଧ ଗ୍ରାମରେ ରାସ୍ତା କଡ଼ ଓ କିଛି ସରକାରୀ ଜାଗାରେ ଲୋକେ ଜବର ଦଖଲ କରି ଘର ଓ ଗୋଦାମ ଗୃହ ନିର୍ମାଣ କରି ରହୁଥିଲେ l ତେବେ ଚନ୍ଦାହାଣ୍ଡି ତହସିଲଦାର ସହଦେଵ କୁଟ୍ରୁକା ଉକ୍ତ ଗାଁର ଲୋକଙ୍କ ଅଭିଯୋଗ ପ୍ରକାରେ ଜବରଦଖଲ ରୁ ଉଛେଦ ପାଇଁ ଜବରଦଖଲ କାରୀଙ୍କୁ ନୋଟିସ ଦେଇ ନିଜ ନିଜ ଘର ସବୁ ଭାଙ୍ଗିବାକୁ ଜଣାଇ ଦେଇଥିଲେ l ତେଣେ ଜବରଦଖଲ କାରୀ ମାନେ ଘର ନ ଭାଙ୍ଗିବାରୁ ଆଜି ସଦଳବଳ ଘେନି କେନ୍ଦୁଗୁଡା, ତିଲିମାଲ ଓ ଦେଓବନ୍ଧ ଗାଁ କୁ ପହଞ୍ଚିଥିଲେ l ଆଜି ସକାଳେ ପ୍ରଥମେ କେନ୍ଦୁଗୁଡା ଗାଁର ବିଦ୍ୟାଳୟ ପରିସରରେ ଘର ତୋଳି ଥିବା ଘଣ୍ଟିଗୁଡା ଗାଁର ନୂଆ ମାଝୀ ଓ ଫଟକି ଗାଆଁର ନୁର ମହମ୍ମଦ ଙ୍କ ତିଲିମାଲ ସ୍ଥିତ ଗୋଦାମ ଘର, ଫଟକି ର ମହେନ୍ଦ୍ର ନାୟକ ଙ୍କ ତିଲିମାଲ ସ୍ଥିତ ସରକାରୀ ଜାଗାରେ ନିର୍ମାଣ କରିଥିବା ଛାତ ଘର ଓ ଦେଓବନ ଗ୍ରାମ୍ୟ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱରେ ନିର୍ମାଣ କରିଥିବା ଘର ଗୁଡ଼ିକ କୁ ଜବର ଦଖଲ ରୁ ହଟାଇ ଥିବାର ଦେଖିବାକୁ ମିଳିଛି l ତେବେ ବର୍ତ୍ତମାନ ଅଞ୍ଚଳରେ ଅନ୍ୟାନ୍ୟ ଗ୍ରାମ ମାନଙ୍କରେ ରାସ୍ତା ଉପରେ ଓ ସରଂକ୍ଷିତ ଜାଗାରେ କୋଠାବାଡି, ପାଚେରୀ ନିର୍ମାଣ କରିଥିବା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଇଯାଇଛି l ତେବେ ଏ ନେଉ ତହସିଲଦାର ଚନ୍ଦାହାଣ୍ଡି ଙ୍କ ପ୍ରତିକ୍ରିୟା ନେଇଥିବା ବେଳେ ସେ ଆଗକୁ ଅନେକ ଜବରଦଖଲ କାରୀ ଙ୍କୁ ଆଇନ ଅନୁଯାୟୀ ଉଛେଦ କରାଯିବ ଏ ନେଇ କୌଣସି ସାଲିସ କରାଯିବ ନାହିଁ ବୋଲି କହିଥିଲେ l