ଅଗ୍ନିଶମ ବିଭାଗ ତରଫରୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଶିବିର
ଗଣିଆ,_(ବିଶ୍ୱରଂଜନ ସେଠି ) ଅଗ୍ନିଶମ ବିଭାଗ ତରଫରୁ ଗଣିଆ ବ୍ଲକ ଛାମୁଣ୍ଡିଆ ପଚାଂୟତ ବେଠିଆସାହି ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପରିସରରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଶୁକ୍ରବାର ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଶିବିର ପାଳିତ ହୋଇଯାଇଛି । ଛାମୁଣ୍ଡିଆ ସରପଚଂ ତଥା ବାତ୍ୟାଆଶ୍ରୟସ୍ଥଳୀ ପରିଚାଳନା କମିଟିର ସଭାପତି ଦିପ୍ତରେଖା ସେନାପତି ଉକ୍ତ ସଭାରେ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ବିଡିଓ ଲାବଣ୍ୟେନ୍ଦୁ ମହାନ୍ତି, ଗଣିଆ ଅଗ୍ନିଶମ କେନ୍ଦ୍ର ଅଧିକାରୀ ବିଜୟାନନ୍ଦ ପରିଡ଼ାଙ୍କ ସମେତ ନିକଟସ୍ଥ ଗ୍ରାମରୁ ପ୍ରାୟ୭୦ରୁ ଉର୍ଦ୍ଧ ଜନସାଧାରଣ ଓ ବେଠିଆସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଆଜିର ଦିବସ ପାଳନ ସମ୍ପର୍କରେ ଅତିଥିମାନେ ଲୋକଙ୍କୁ ବୁଝାଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀମାନେ ଜାତୀୟ ବିପର୍ଯ୍ୟୟ ବନ୍ୟା, ବାତ୍ୟା,ଭୂମିକମ୍ଫ,ଦୁର୍ଘଟଣା, ନିଆଁ ଘେରରେ ଥିବା ସମୟରେ ତଥା ଅନ୍ୟ ସମୟରେ ବିପନ୍ନ ଲୋକଙ୍କୁ କିପରି ଉଦ୍ଧାର କରାଯିବ, ଉଦ୍ଧାର ପରେ ପ୍ରାଥମିକ ଚିକିତ୍ସା ଆଦି କାର୍ଯ୍ୟ ସ୍ୱେଛାକୃତ ଭାବେ କିପରି କରାଯାଇପାରିବ ସେ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ ।

ଏଥିସହ ଲାଇଫ୍ ଜ୍ୟାକେଟ୍,ଲାଇଫ୍ ଗାର୍ଡର ବ୍ୟବହାର,ନଦୀରେ ବୁଡିଯାଉଥିବା ଲୋକଙ୍କୁ କିପରି ଉଦ୍ଧାର କରାଯାଇପାରିବ,ସାପ କାମୁଡିଲେ, ତଂଟିରେ ଲାଗିଲେ ତାର ପ୍ରାଥମିକ ଚିକିତ୍ସା ପଦ୍ଧତି ନେଇ ସୂଚନା ଦେଇଥିଲେ । ଏଥି ନେଇ ବିଭାଗୀୟ କର୍ମଚାରୀମାନେ ବିଭିନ୍ନ କୈାଶଳ ପ୍ରଦର୍ଶନ କରି ଉଦାହରଣ ଭାବେ ଲୋକଙ୍କୁୁ ଦେଖାଇଥିଲେ । ଏହା ସହିତ ବ୍ୟାତ୍ୟା ଆଶ୍ରୟସ୍ଥଳୀକୁ ଯୋଗାଇ ଦିଆଯାଇଥିବା ଟାୱାର ଲାଇଟ, ଯନ୍ତଚାଳିତ କରତ, ଜେନେରେଟର, ଷ୍ଟ୍ରେଚର ଆଦିର ବ୍ୟବହାର ସଂପର୍କରେ ବୁଝାଇଥିଲେ । ସେହିପରି ବେଲପଡ଼ାପାଟଣା ପଂଚାୟତର ୱାଲିପୁରଠାରେ ଥିବା ବତ୍ୟା ଆଶୟସ୍ଥଳୀରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ଉପଲକ୍ଷେ ସ୍ଥାନୀୟ ଜନସାଧାରଣଙ୍କୁ ଉଦାହରଣ ସହିତ ସଚେତନତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସରପଂଚ ସୁକାନ୍ତ କୁମାର ଗଣ୍ଠିଆ, ପିଇଓ ସୁନିଲ କୁମାର ବେହେରା, ଓ ୱାର୍ଡ଼ମେମ୍ବରଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ଥିଲେ ।