ଜୁନ୍ ୨୯ରୁ ବନ୍ଦ ହେବ ଶିମିଳିପାଳ

ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ ବିଭାଗୀୟ ବିଜ୍ଞପ୍ତି ଜାରି କରିଛନ୍ତି।​ବର୍ଷା ଦିନେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଯାତ୍ରା କରିବା ବେଶ୍ ବିପଦପୂର୍ଣ୍ଣ ହୋଇଥାଏ। ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଏହାର ମୁଖ୍ୟ କାରଣଗୁଡ଼ିକ ହେଲା ଜଙ୍ଗଲ ମଧ୍ୟରେ ଥିବା ଅଧିକାଂଶ ରାସ୍ତା କାଦୁଅ ଓ ନାଲିମାଟିର। ବର୍ଷା ହେଲେ ଏହି ନାଲିମାଟି ଅତ୍ୟନ୍ତ ପିଛିଳ ହୋଇଯାଏ ଯାହାଦ୍ୱାରା ଚଲାପଥ ଓ ଘାଟି ରାସ୍ତାରେ ଗାଡ଼ି ଚକ ସ୍ଲିପ୍ ହେବାର ଏବଂ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଥାଏ। । ତେବେ ଚଳିତ ବର୍ଷ ମୌସୁମୀର ଆଗମନ ହେବା ସୂଚନା ପାଇ ଜୁନ ୧୫ ପରିବର୍ତ୍ତେ ୨୯ରୁ ଶିମିଳିପାଳ ବନ୍ଦ କରାଯିବ ବୋଲି ବିଭାଗୀୟ ଚିଠି ନଂ ୧୬୯/୨୨ ଜୁନ ୨୦୨୬ରେ ବିଜ୍ଞପ୍ତି ପ୍ରକାଶ ପାଇଛି।