TET ପାସ୍ କରିବା ଅବଧି ୨ ରୁ ୩ ବର୍ଷକୁ ବୃଦ୍ଧି
ଟିଇଟି ପାସ୍ ଶିକ୍ଷକଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି । ଟିଇଟି ଯୋଗ୍ୟତା ହାସଲ ପାଇଁ ଥିବା ସମୟସୀମାକୁ ଆଉ ଏକ ବର୍ଷ ବଢ଼ାଇଛନ୍ତି ସରକାର । ପୂର୍ବରୁ ୨୦୨୭ ଅଗଷ୍ଟ ୩୧ ସୁଦ୍ଧା ଟିଇଟି ଯୋଗ୍ୟତା ହାସଲ କରିବାର ନିୟମ ଥିବାବେଳେ, ବର୍ତ୍ତମାନ ଏହାକୁ ବଢ଼ାଇ ୨୦୨୮ ଅଗଷ୍ଟ ୩୧ ପର୍ଯ୍ୟନ୍ତ କରାଯାଇଛି ।ଟିଇଟି ପାସ୍ କରିନଥିବା ଶିକ୍ଷକଙ୍କୁ ୩ ବର୍ଷ ମଧ୍ୟରେ କ୍ଲିୟର ପାଇଁ ନିର୍ଦ୍ଦେଶ ଥିବା ସହ ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ ଏହା ବାଧ୍ୟତାମୂଳକ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ହୋଇଛି। ଏହି ଘୋଷଣା ପରେ ଟିଇଟି ପାସ୍ ପ୍ରାର୍ଥୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।