ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିୟାନ

ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିୟାନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ମଙ୍ଗଳବାର ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ତାଙ୍କୁ ସଂଖ୍ୟାଲଘୁ ଏବଂ ମତ୍ସ୍ୟ ପାଳନ ଦାୟିତ୍ୱ ମିଳିଥିଲା । ଏହି ମନ୍ତ୍ରାଳୟରେ ସେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ ।୬୫ ବର୍ଷୀୟ ଜର୍ଜ କୁରିଆନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ତୃତୀୟ ଏନଡିଏ ସରକାରରେ ଅଗଷ୍ଟ ୨୦୨୪ ଠାରୁ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ଜର୍ଜ କୁରିଆନ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା । ସେ ୧୯୮୦ ମସିହାରେ ପ୍ରତିଷ୍ଠା ହେବା ଦିନଠାରୁ ଦଳ ସହିତ ଜଡିତ। ରାଜନୀତି ବ୍ୟତୀତ ସେ ଭାରତର ସୁପ୍ରିମକୋର୍ଟରେ ଜଣେ ଓକିଲ ଭାବରେ ମଧ୍ୟ ଅଭ୍ୟାସ କରିଛନ୍ତି। ସୂତ୍ର ଅନୁସାରେ, କେରଳ ବିଧାନସଭା ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ତାଙ୍କୁ ପୁନର୍ବାର ରାଜ୍ୟସଭାକୁ ମନୋନୀତ କରାଯାଇ ନଥିଲା।

ଜର୍ଜ କୁରିଆନ ୯ ଜୁନ୍ ୨୦୨୪ରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଏବଂ ୧୧ ଜୁନ୍ ୨୦୨୪ରେ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ। ସେ ପୂର୍ବରୁ ଜାତୀୟ ସଂଖ୍ୟାଲଘୁ କମିସନର ଉପାଧ୍ୟକ୍ଷ ଏବଂ ପୂର୍ବତନ ରେଳ ରାଷ୍ଟ୍ରମନ୍ତ୍ରୀ ଓ. ରାଜଗୋପାଳଙ୍କ ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସଡି) ଭାବରେ କାର୍ଯ୍ୟ କରିଥିଲେ।ସେ କେରଳରୁ ନିଜର ପଲିଟିକାଲ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ବିଜେପିରେ ଯୋଗ ଦେଇଥିଲେ ।