ବିଧାନସଭା ଭିତରେ ଷ୍ଟାଲିନଙ୍କ ନକଲ କଲେ ମୁଖ୍ୟମନ୍ତ୍ରୀ ବିଜୟ।ତାଳିରେ କମ୍ପିଲା ଗୃହ

 ତାମିଲନାଡୁ ବିଧାନସଭାରେ ବିଜୟଙ୍କ ଫିଲ୍ମି ଆକ୍ସନ୍ । ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ପୂର୍ବତନ ସିଏମ ଏମ. କେ. ଷ୍ଟାଲିନଙ୍କ ଭାଇରଲ୍ ହାତ ଠାରକୁ ନକଲ କରିଛନ୍ତି । ଯାହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି । ଭାଷଣ ଚାଲିଥିବା ସମୟରେ ଯେତେବେଳେ ବିଜୟ ଡିଏମକେ (DMK) ସରକାରଙ୍କ କଥିତ ଦୁର୍ନୀତି ଉପରେ ନିଶାନା ସାଧିଥିଲେ। ଡିଏମକେ ବିଧାୟକମାନେ ଏହାକୁ ବିରୋଧ କରି ପ୍ରଦର୍ଶନ କରିଥିଲେ ଏବଂ ପରେ ଗୃହରୁ ୱାକଆଉଟ କରିଥିଲେ।କିନ୍ତୁ ସମ୍ପୂର୍ଣ୍ଣ ଘଟଣାକ୍ରମର ସବୁଠାରୁ ଚର୍ଚ୍ଚିତ ମୁହୂର୍ତ୍ତ ସେତେବେଳେ ଆସିଥିଲା, ଯେତେବେଳେ ଭାଷଣ ଶେଷ କରିବା ପରେ ବିଜୟ ବାଚସ୍ପତିଙ୍କ ଅନୁମତି ନେଇ ନିଜର ପୁରୁଣା ଫିଲ୍ମ ଅନ୍ଦାଜରେ ଏକ ସ୍ବତନ୍ତ୍ର ସିନେମା ଶୈଳୀର ଇସାରା କରିଥିଲେ। ଗୃହରେ ଉପସ୍ଥିତ ଥିବା ସଦସ୍ୟମାନେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଅପରପକ୍ଷରେ ଏହି ଦୃଶ୍ୟ ସୋସିଆଲ ମିଡିଆରେ ତୁରନ୍ତ ଚର୍ଚ୍ଚାର ବିଷୟ ପାଲଟିଗଲା।ବିଜୟ ବାଚସ୍ପତିଙ୍କ ଅନୁମତି ନେଇ ହାତରେ ଏକ ସିନେମାଟିକ ଠାର କରିଥିଲେ, ଯାହା ଠିକ୍ ଷ୍ଟାଲିନଙ୍କ ସବୁ ଶେଷ ଆକ୍ସନ ଭଳି ଥିଲା । ଏହାପରେ ଚେୟାରରୁ ଉଠି ତାଳି ମାରିଥିଲେ TVKର ବିଧାୟକ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।