ତ୍ରୁଟି ଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ବ :ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ ଶେଷ । ବୈଠକ ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା । ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ସୁଗମ ପାଇଁ ପଦକ୍ଷେପ ନିଆଯାଇଛି । ଓକାକ ସହଯୋଗରେ ହେଉଥିବା ସୁବିଧା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ପୁରୀ ସହର ପାଇଁ ୨ଟି ପୋଷ୍ଟାଲ ପିନ କୋଡ ରହିଛି । ଏହି ଦୁଇ ପିନ କୋଡକୁ ନେଇ ଓକୋକକୁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ କୁହାଯାଇଛି । ଫଳରେ ପୁରୀବାସୀ ସେମାନଙ୍କ ଆଧାର କାର୍ଡ ଦେଖାଇ ଯିବା ସୁଗମ ହେବ । ଯଦି ସେମାନେ ସାଥିରେ ବନ୍ଧୁବାନ୍ଧବଙ୍କୁ ନେବାକୁ ଚାହିଁବେ ସମ୍ଭବ ହେବନି । ମହାପ୍ରଭୁଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ତେବେ ରଥଯାତ୍ରା ପୂର୍ବରୁ ସମସ୍ତ ବିଭାଗ ନିଜ କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ । ତ୍ରୁଟି ଶୂନ୍ୟ ରଥଯାତ୍ରା ପାଇଁ ଗୁରୁତ୍ବ ଦେଉଛନ୍ତି ସରକାର । ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ୨୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୧୦ ହଜାର ପୋଲିସ ମୁତୟନ ରହିବେ । ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର ।