ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର ।ଏଣିକି  ଘଣ୍ଟାକୁ ଉଡ଼ିବ ୧୫ରୁ ୨୦ ବିମାନ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର ।ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଦେଶର ଅନ୍ୟତମ ବ୍ୟସ୍ତ ବହୁଳ ବିମାନ ‌ବନ୍ଦର ଆଡକୁ ଅଗ୍ରସର ହେଉଛି । ବିମାନବନ୍ଦର ପକ୍ଷରୁ 1566 ମିଟର ବିଶିଷ୍ଟ ପିପିଟି ଏବଂ ଆରଇଟି ନିର୍ମାଣ କରାଯାଇଛି । ଯାହା ଫଳରେ ଘଣ୍ଟାକୁ ଏବେ 15-20 ବିମାନ ଉଡାଣ କରିପାରିବ ।ରନୱେର ଏକ ନ୍ୟୁନ କୋଣ ସହ ଜଡିତ ହୋଇ ରହିଥାଏ ଟ୍ୟାକ୍ସି ଓ୍ବେ। ଏହାକୁ ଏଭଳି ଭାବେ ଡିଜାଇନ କରାଯାଇଥାଏ ଯେ ଅବତରଣ କରୁଥିବା ବିମାନ ଅନ୍ୟ ଟ୍ୟାକ୍ସିୱେ ତୁଳନାରେ ଅଧିକ ଗତିରେ ଯାଇପାରିବେ । ଯାହାଦ୍ବାରା ରନୱେର ରହିବା ସମୟ ଆହୁରି କମିଯାଇଥାଏ । ଯାହାକୁ କୁହାଯାଇଥାଏ ଟାକ୍ସି ଟ୍ରାକ ଓ ରାପିଡ଼ ଏକଜିଟ ।ଏହା ଦ୍ୱାରା ଏକ ସମୟରେ ୨୪ଟି ବିମାନ ଉଡାଣ ଓ ଅବତରଣ କରି ପାରିବ । ବର୍ତ୍ତମାନ ଭୁବନେଶ୍ୱର ବିମାନ ବନ୍ଦରରୁ ୧୨ଟି ବିମାନ ଉଡାଣ ଓ ଅବତରଣ କରୁଛି । ଗୋଟିଏ ବିମାନ ତାହାର ସ୍ପିଡ଼ କମ ନ କରିକି ମଧ୍ୟ ରନ ୱେରୁ ବାହାରି ପାରିବ । ଏହା ଅଧିକରୁ ଅଧିକ ବିମାନ ଚଳାଚଳ କରିବା ପାଇଁ ବହୁ ମାତ୍ରାରେ ଫଳପ୍ରଦ ହେବ ।ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ଏବଂ ଯାତ୍ରୀ ପରିବହନ ବୃଦ୍ଧି ପାଇବାରେ ଲାଗିଛି । ବିଗତ ବର୍ଷ ତୁଳନାରେ ୩୧.୯ ପ୍ରତିଶତ ଏବଂ ୪୮.୨ ପ୍ରତିଶତ ବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି ।