ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣା, ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି

ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଉ ଦୁଇଜଣ ଓଡ଼ିଆ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଟାଙ୍ଗିରୀ ଦୁବନାଳୀ ସାହିର ପୀତାମ୍ବର ଜୁଆଙ୍ଗଙ୍ଗ ଝିଅ ରୀତା ଜୁଆଙ୍ଗ ଓ ବାଂଶପାଣି ବ୍ଲକ୍ ଗୋନାସିକା ପଞ୍ଚାଯତ ତଳରାଇଡିହା ଗ୍ରାମର ସ୍ବର୍ଗତ ନୀଳାମ୍ବର ଜୁଆଙ୍ଗଙ୍କ ଝିଅ ଦୀପାଞ୍ଜଳି ଜୁଆଙ୍ଗ । ଏହି ଦୁଇଜଣଙ୍କୁ ମିଶାଇ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି ।ସୂଚନାଯୋଗ୍ୟ ଯେ, ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ସିଫୁଡର ଏକ ରପ୍ତାନି ୟୁନିଟରେ ରବିବାର ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା। ଏହି ଲିକ୍ ପେରିଆପାଲାୟମ ନିକଟସ୍ଥ କନିଗାଇପୈରରେ ଥିବା ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ ଏକ୍ସପର୍ଟଙ୍କ ଫ୍ୟାକ୍ଟ୍ରିରେ ହୋଇଥିଲା। ଏ