ମୌସୁମୀ ସକ୍ରିୟ, ବଢ଼ିବ ବର୍ଷା
ପଛକୁ ପଛ ଆସୁଛି ଘୂର୍ଣ୍ଣିବଳୟ। ୨୫ରେ ଗୋଟିଏ, ଅନ୍ୟଟି ଜୁଲାଇ ୨ରେ। ତେଣୁ ଚାଷୀଙ୍କ ପାଇଁ ଖୁସି ଖବର। ମୌସୁମୀ ପ୍ରଭାବରେ ରାଜ୍ୟର ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବ । ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଭାରି ବର୍ଷା ଆଶଙ୍କା ଥିବାରୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।ମୌସୁମୀର ଦୁର୍ବଳ ସ୍ଥିତି ଯୋଗୁ ଗତ କିଛିଦିନ ଧରି ଅନେକ ସ୍ଥାନରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ବର୍ତ୍ତମାନର ପାଣିପାଗ ମଡେଲ ଅନୁସାରେ, ଆଗାମୀ ଦିନରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।୨୭ ଓ ୨୮ ତାରିଖରେ ଦକ୍ଷିଣ ଓ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଏକାଧିକ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ ।