ଆଉ ଅସୁବିଧା ନାହିଁ ! ପୂର୍ବ ସ୍ଥିତିକୁ ଫେରିଲା ଏଲପିଜି ଯୋଗାଣ

କେନ୍ଦ୍ର ସରକାର ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଘୋଷଣା କରିଛନ୍ତି।କେନ୍ଦ୍ର ସରକାର ଏଲପିଜି (LPG) ଯୋଗାଣ ଉପରେ ଲାଗିଥିବା ସମସ୍ତ ପ୍ରକାରର କଟକଣାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଅଣ-ଘରୋଇ ପ୍ୟାକ୍ଡ ଏଲପିଜି (Non-Domestic Packed LPG) ଯୋଗାଣ ଉପରେ ଲାଗିଥିବା ସାଙ୍ଗଠନିକ ବା ସେକ୍ଟୋରାଲ୍ କଟକଣାକୁ ଉଠାଇ ଦିଆଯାଇଛି। ଏବେ ଏହାର ଯୋଗାଣକୁ ସେହି ସ୍ତରକୁ ଅଣାଯାଇଛି, ଯାହା ଇରାନ ୟୁଦ୍ଧ ସମୟରେ ସୃଷ୍ଟି ହୋଇଥିବା ସଙ୍କଟ ପୂର୍ବରୁ ଥିଲା।ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଏଲପିଜି ଯୋଗାଣ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ପଶ୍ଚିମ ଏସିଆ ସଙ୍କଟ ସମୟରେ, ସରକାର ଘରୋଇ ଏଲପିଜି ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଅଧୀନରେ ଏକ ଆଦେଶ ଜାରି କରିଥିଲେ, ଯେଉଁଥିରେ C3-C4 ଷ୍ଟ୍ରିମ କେବଳ ପେଟ୍ରୋକେମିକାଲ କିମ୍ବା ଅନ୍ୟାନ୍ୟ ଡାଉନଷ୍ଟ୍ରିମ ପ୍ରୟୋଗ ପରିବର୍ତ୍ତେ ଏଲପିଜି ଉତ୍ପାଦନ ପାଇଁ ବ୍ୟବହାର କରିବାକୁ ବାଧ୍ୟ କରାଯାଇଥିଲା।
ଉନ୍ନତ ଘରୋଇ ଏଲପିଜି ଉତ୍ପାଦନ ଏବଂ ଆମଦାନୀ ହୋଇଥିବା ଏଲପିଜି କାର୍ଗୋର ଅନୁମୋଦନକୁ ଦୃଷ୍ଟିରେ ରଖି, ସରକାର ଏଲପିଜି ପୁଲ ପାଇଁ C3/C4 ଷ୍ଟ୍ରିମ ବ୍ୟବହାର ଉପରେ କଟକଣାକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ସ୍ଥିତି ସ୍ୱାଭାବିକ ହୋଇଥିବାରୁ, ବ୍ୟବସାୟିକ ପ୍ୟାକ୍ଡ ଏଲପିଜି ଯୋଗାଣ ଉପରୁ ସମସ୍ତ ପ୍ରକାରର ସାଙ୍ଗଠନିକ କଟକଣା ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ, କାରଖାନା ଏବଂ ବଡ଼ ଶିଳ୍ପସଂସ୍ଥାଗୁଡ଼ିକରେ ବ୍ୟବହାର ହେଉଥିବା ବହୁ ପରିମାଣର ଏଲପିଜି ବା ‘ବଲ୍କ ଏଲପିଜି’ (Bulk LPG) ଯୋଗାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ମଧ୍ୟ କୋହଳ କରାଯାଇଛି। ସଙ୍କଟ ପୂର୍ବରୁ ଏହି ସଂସ୍ଥାଗୁଡ଼ିକ ଯେତିକି ଗ୍ୟାସ୍ ବ୍ୟବହାର କରୁଥିଲେ, ଏବେ ତାହାର ୫୦ ପ୍ରତିଶତ ପର୍ଯ୍ୟନ୍ତ ଯୋଗାଣ ପ୍ରକ୍ରିୟାକୁ ଖୋଲି ଦିଆଯାଇଛି।