ଚୌଦ୍ବାର୍ ସର୍କଲ୍ ଜେଲରେ ଦୁଇ ବିହାରୀ କଏଦୀ ଖସି ଯିବା ଘଟଣା।ଜେଲ୍ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ
ଚୌଦ୍ବାର୍ ସର୍କଲ୍ ଜେଲରେ ଦୁଇ ବିହାରୀ କଏଦୀ ଖସି ଯିବା ଘଟଣା। ସିନିୟର ସୁପରିନଟେଣ୍ଡେଣ୍ଟ୍ ସୁଜିତ କୁମାର ରାଉଳଙ୍କ ନାମରେ ଅଭିଯୋଗ ଆଣିଲେ ତତ୍କାଳୀନ ଚୌଦ୍ବାର ଜେଲର୍ ସନ୍ତୋଷିନୀ ଦାସ୍ ।ଚୌଦ୍ବାର ପୋଲିସ ଷ୍ଟେସନରେ ସୁଜିତଙ୍କ ନାଁରେ ଏତଲା ଦେଇଛନ୍ତି ସନ୍ତୋଷିନୀ । ତାଙ୍କ ଅଭିଯୋଗ ଅନୁସାରେ, ବିହାରୀ କଏଦୀଙ୍କୁ ଖସାଇବାରେ ରହିଛି ସୁଜିତଙ୍କର ବଡ଼ ଭୂମିକା । କଏଦୀ ଫେରାର୍ ପରେ ଗେଟ୍ ଇନ୍-ଆଉଟ୍ ରେଜିଷ୍ଟ୍ରରେ ବଡ଼ ହେରଫେର କରିଥିଲେ ସୁଜିତ । ଏପରିକି ତାଙ୍କ ବିନା ଅନୁମତିରେ ଦସ୍ତଖତକୁ ଜାଲିଆତି କରି ତଦନ୍ତକୁ ଦିଗହରା କରିବାକୁ ଉଦ୍ୟମ କରିଛନ୍ତି ।
ଗତ ଅକ୍ଟୋବର ୧,୨ ଓ ୩ ତାରିଖ ଅଫିସିଆଲ ଗେଟ୍ ଇନ-ଆଉଟ୍ ରେଜିଷ୍ଟରରେ ଗଫଲତି କରାଯାଇଛି । ଜେଲ ପରିସରରେ ସୁଜିତଙ୍କ ଉପସ୍ଥିତି ନେଇ ରେଜିଷ୍ଟରରେ ଏପଟ ସେପଟ କରାଯାଇଥିବା ଅଭିଯୋଗ କରିଛନ୍ତି ସନ୍ତୋଷିନୀ ।
