ଜାନଭୀ ତାଙ୍କ ସାନ ଭଉଣୀ ଖୁସିଙ୍କ ସହ ଆନ୍ଧ୍ରପ୍ରଦେଶର ତିରୁମାଳା ବାଲାଜୀ ମନ୍ଦିର ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି।

ବଲିଉଡ ଅଭିନେତ୍ରୀ ଜାନଭୀ କପୁର ନିଜର ଅଭିନୟ ସହିତ ଖୁବ୍‌ କମ ସମୟ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ହିନ୍ଦୀ ସହିତ ଦକ୍ଷିଣ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି। ସାଉଥ୍‌ ଅଭିନେତା ଜୁନିୟର ଏନ୍‌ଟିଆରଙ୍କ ସହିତ ଫିଲ୍ମ ‘ ଏନ୍‌ଟିଆର-୩୦’ରେ ନଜର ଆସିବେ |

ବର୍ତ୍ତମାନ ସମୟରେ ଜାହ୍ନବୀ ନିକଟରେ ତାଙ୍କ ସାନ ଭଉଣୀ ଖୁସିଙ୍କ ସହ ତିରୁମାଲା ବାଲାଜୀ ମନ୍ଦିର ପରିଦର୍ଶନ କରିଛନ୍ତି।ଏହି ସମୟରେ ଉଭୟ ଭାରତୀୟ ପୋଷାକରେ ନଜର ଆସିଥିଲେ। ଯେଉଁଠାରେ ଜାନଭୀ ଗୋଲାପୀ ଏବଂ ହାଲୁକା ସବୁଜ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ସେହିପରି ଖୁସିଙ୍କୁ ଲାଲ ଏବଂ ସବୁଜ ଲେହେଙ୍ଗାରେ ନଜର ଆସିଥିଲେ।

ସୋସିଆଲ ମିଡିଆରେ ଉଭୟଙ୍କ ଭିଡିଓ ଯାହା ଭାଇରାଲ ହେଉଛି।ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଜାହ୍ନବୀ ବର୍ତ୍ତମାନ ‘NTR-୩୦’ ପାଇଁ ସୁଟିଂ କରୁଛନ୍ତି । ଯାହାର ସୂଚନା ସୁପରଷ୍ଟାର ଏନଟିଆର ନିଜେ ସେୟାର କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କୋରତାଲା ଶିବା। ଏହାପୂର୍ବରୁ ଜାହ୍ନବୀ ଫିଲ୍ମ ‘ମିଲି’ରେ ନଜର ଆସିଥିଲେ। ଯେଉଁଥିରେ ତାଙ୍କ ଅଭିନୟକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ ।

Leave a comment