ନନ୍ୟା କିଣିଲେ ନୂଆ ଘର, ଧନତେରସ୍ରେ କଲେ ଗୃହ ପ୍ରବେଶ
ବଲିଉଡ୍ର ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ।ଅନନ୍ୟା ଖୁବ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ବଡ଼ ସଫଳତା ହାସଲ କରିଛନ୍ତି। ଦୀପାବଳିର ଶୁଭ ଅବସରରେ ଅଭିନେତ୍ରୀ ନିଜକୁ ଏକ ବଡ଼ ଉପହାର ଦେଇଛନ୍ତି । ୨୫ ବର୍ଷୀୟ ଅନନ୍ୟା ପାଣ୍ଡେ ନିଜର ଘର କିଣିଛନ୍ତି । ଧନ୍ତେରାସ ଅବସରରେ ସେ ଗୃହ ପ୍ରବେଶ କରିଥିଲେ ।
ଏହି ପୂଜାର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ।ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ନୂଆ ଘରର କିଛି ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ, ମୋର ନିଜ ଘର !! ଏକ ନୂତନ ଆରମ୍ଭ ପାଇଁ ଆପଣ ସମସ୍ତଙ୍କର ପ୍ରେମ ଏବଂ ଭଲ ଭାବନା ଦରକାର !!! ଶୁଭ ଧନତେରାସ। ତେବେ ଅନନ୍ୟା ପାଣ୍ଡେଙ୍କ ଏହି ଘର କେଉଁଠୁ କିଣିଛନ୍ତି ଏବଂ ସେ ଏହି ଘରକୁ କେବେ ଶିଫ୍ଟ ହେବେ ସେ ବିଷୟରେ କୌଣସି ସୂଚନା ନାହିଁ। ଏଥିସହ ଘରର ମୂଲ୍ୟ ମଧ୍ୟ ପ୍ରକାଶ କରାଯାଇ ନାହିଁ।
