ବିବାଦୀୟ ଚଳଚ୍ଚିତ୍ର ଦି କେରଳ ଷ୍ଟୋରୀ ରିଲିଜ ହେବାର ପୂର୍ବରୁ ତାମିଲନାଡୁ ହାଇ ଆଲର୍ଟରେ ହୋଇଛି।
ମୁଭି ‘ଦ କେରଲା ଷ୍ଟୋରି’ ରିଲିଜ ହେବା ପୂର୍ବରୁ ବହୁ ବିବାଦ ମୁଣ୍ଡ ଟେକିଛି। ଫିଲ୍ମକୁ ନେଇ କିଛି ରାଜନୈତିକ ଦଳ ସେମାନଙ୍କ ମତ ରଖିଥିବା ବେଳେ ଏହାକୁ ବ୍ୟାନ କରିବାକୁ ବି ଦାବି କାରାଯାଉଛି। ଫିଲ୍ମ ମେ’୫ରେ ପ୍ୟାନ ଇଣ୍ଡିଆ ରିଲିଜ ହେବାକୁ ଯାଉଛି। ଏହି ବିବାଦୀୟ ଫିଲ୍ମର ରିଲିଜ ପୂର୍ବରୁ ତାମିଲନାଡୁରେ ହାଇ ଆଲର୍ଟ ଜାରି କରାଯାଇଛି।
ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି।ଖବର ପ୍ରକାଶ ପାଇଛି ଯେ ଫିଲ୍ମ ରିଲିଜ ହେବା ସମୟରେ କିଛି ଗୋଷ୍ଠୀ ବିରୋଧ ପ୍ରଦର୍ଶନ କରିପାରନ୍ତି। ଯାହାର ବାର୍ତ୍ତା ସୋସିଆଲ ମିଡିଆରେ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଏକ ସତର୍କ ସୂଚନା ଜାରି କରାଯାଇଛି।
କେତେକ ଇସଲାମ ଗୋଷ୍ଠୀ ମଧ୍ୟ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ପୋଲିସ ନିକଟକୁ ଯାଇଛନ୍ତି। କିନ୍ତୁ ସରକାର ଏହାକୁ ବନ୍ଦ କରୁନାହାଁନ୍ତି। ଏପରିକି କେରଳ ମଧ୍ୟ ଏହା ଉପରେ ପ୍ରତିବନ୍ଧକ ଲଗାଇ ନାହିଁ ।ଏହି ଚଳଚ୍ଚିତ୍ରକୁ ବିଜେପି ସମର୍ଥନ କରୁଛି। କହିବାକୁ ଗଲେ ‘ଦ କେରଳ ଷ୍ଟୋରୀ’ ୫ ମେ’ରେ ରିଲିଜ୍ କରିବ
