ବିବାହ ବନ୍ଧନରେ ବାନ୍ଧି ହେଲେ OYO ମାଲିକ ରିତେଶ ଅଗ୍ରଓ୍ଵାଲ

 ହସ୍ପିଟାଲିଟି ଫର୍ମ(OYO) ର ସଂସ୍ଥାପକ ରିତେଶ ଅଗ୍ରଓ୍ଵାଲ ୨୯ ବର୍ଷୀୟ ଗୀତାଂଶା ସୁଦଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦିଲ୍ଲୀରେ ରିତେଶଙ୍କ ବିବାହ ଭୋଜିରେ ଯୋଗ ଦେଇଥିବା କର୍ପୋରେଟ ନେତାଙ୍କ ମଧ୍ୟରେ ସଫ୍ଟବ୍ୟାଙ୍କ ସିଇଓ ମାସାୟୋଶୀ ସୋନ ଉପସ୍ଥିତ ଥିଲେ। ରିତେଶ ଏବଂ ତାଙ୍କ ସ୍ତ୍ରୀ ଗୀତାଂଶା ସୁଦ ୬୫ ବର୍ଷୀୟ ମାସାୟୋନିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଅଗ୍ରଓ୍ଵାଲ ଦେଶର ସବୁଠୁ ଅଳ୍ପ ବୟସରେ କୋଟିପତିଙ୍କ ମଧ୍ୟରୁ ଜଣେ। ସେ ୨୦୧୩ରେ ଓୟୋ ସ୍ଥାପନା କରିଥିଲେ ଏବଂ ସେହି ସମୟରେ ତାଙ୍କୁ ମାତ୍ର ୧୯  ବର୍ଷ ବୟସ ହୋଇଥିଲା। ସଫ୍ଟ ବ୍ୟାଙ୍କ ଏକ ଜାପାନୀ ଗ୍ରୁପ ଯିଏ ଓୟୋର ସବୁଠୁ ବଡ ନିବେଶକ।

ଏହାର ସିଇଓ ହେଉଛନ୍ତି ମାସୋୟୋଶୀ ସୋନ।ଗତକାଲି ରିତେଶ ଗୀତାଂଶା ସୁଦଙ୍କୁ ବିବାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ପେଟିଏମର ବିଜୟ ଶେଖର ଶର୍ମା ଏବଂ ଲେନ୍ସକାର୍ଟର ପୀୟୁଷ ବନସାଲଙ୍କ ସମେତ ଅନେକ କର୍ପୋରେଟ ନେତା ଉପସ୍ଥିତ ଥିଲେ। ବିବାହ ଉତ୍ସବରେ ଅନେକ ରାଜନେତା ମଧ୍ୟ ଯୋଗ ଦେଇଥିଲେ।

You might also like