ମହାବିଦ୍ୟାଳୟର ବାର୍ଷିକ ଉତ୍ସବଉତମ ଚରିତ୍ର ଗଠନ ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ


ଗଣିଆ,- ରବିବାର ଦିନ ପୂର୍ବାହ୍ନରେ ଗଣିଆ ବ୍ଳକସ୍ଥିତ ବନମାଳୀ ବାରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ରିଜିଓନାଲ ଡିଗ୍ରୀ ମହାବିଦ୍ୟାଳୟର ମିଳିତ ସହଯୋଗରେ ବାର୍ଷିକ ଉସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୟ କୁମାର ପଣ୍ଡା ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ-୬୬୨ ବର୍ଗର ସଭାପତି ପ୍ରଫେସର ଗୋଲେକ ନାୟକ, ମୁଖ୍ୟ ବକ୍ତାଭାବେ ଓଡ଼ିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ-୬୬୨ ବର୍ଗ (+୨)ର ସମ୍ପାଦକ ପ୍ରଫେସର ସତାପୁଦିନ ଅହମ୍ମଦ ସ୍ୱତନ୍ତ୍ର ଅତିଥିଭାବେ ଓଡ଼ିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ-୬୬୨ ବର୍ଗ (+୩)ର ଡ. ଗଗନ ବେଉରା, ସମ୍ମାନିତ ଅତିଥିଭାବେ ଇଟାମାଟି କଲେଜର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ନୂଆଗାଁ କଲେଜର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ, ଓଡ଼ିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ-୬୬୨ ବର୍ଗର ନୟାଗଡ଼ ଜିଲ୍ଲା ସଭାପତି ପ୍ରଫେସର ସରୋଜ କୁମାର ରଥ,ଓଡ଼ିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ-୬୬୨ ବର୍ଗର ନୟାଗଡ଼ ଜିଲା ଉପସଭାପତି ପ୍ରଫେସର ରୀନାବାଳା ସାହୁ, ପରିଚାଳନା କମିଟିର ସଭାପତି କାଶୀନାଥ ବାରିକି ମଂଚାସୀନ ଥିଲେ ।

ପ୍ରଥମ ଛାତ୍ରଛାତ୍ରମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀନ ଗାନ କରାଯିବ ସହିତ ପୁଷ୍ପଗୁଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କର ଉତମ ଚରିତ୍ର ଗଠନ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଶୃଙ୍ଖଳା ଜ୍ଞାନ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ ଗଠନ କରିବାରେ ଶିକ୍ଷକମାନଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣବୋଲି ମତ ବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ ଦେବାଶିଷ ବସ୍ତିଆ ମଂଚ ପରିଚାଳନା କରିଥିବାବେଳେ ଇଂରାଜୀ ବିଭାଗର ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡ଼ା ମଂଚାସୀନ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିବାବେଳେ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ନୟାଗଡ଼ରୁ ବିଶ୍ୱରଂଜନ ସେଠିଙ୍କ ରିପୋର୍ଟ HRTV ODIA