ମାଲକାନଗିରିରେ ଶୁଟ୍ ହେବ ପୁଷ୍ପା ପାର୍ଟ-୨
ମାଲକାନଗିରି ଜିଲ୍ଲାରେ ଶୁଟିଂ ହେବ ସାଉଥର ସୁପର ହିଟ୍ ସିନେମା ପୁଷ୍ପା ପାର୍ଟ-ଟୁ। ପ୍ରଥମେ ମାଲକାନଗିରି ଆନ୍ଧ୍ର ସୀମାନ୍ତ ମୋତୁଗୁଡେମ ଅଞ୍ଚଳରେ ଶୁଟିଂ ସରିବା ପରେ ମାଲକାନଗିରିରେ ହେବ। ଏଥିପାଇଁ ସିନେମାର ନିର୍ଦ୍ଦେଶକ ସୁକୁମାର, ସହକାରୀ ନିର୍ଦ୍ଦେଶକ ଏମ୍ ପ୍ରସାଦ ଏବଂ କ୍ୟାମେରାମ୍ୟାନ କ୍ୟୁବାଙ୍କ ସହ ମୈତ୍ରୀ ସିନେମା ପ୍ରଡକସନ ସଂସ୍ଥାର ଏକ ଟିମ୍ ମାଲକାନଗିରି ଜିଲ୍ଲାର ପୋଲେରୁ ପରିଦର୍ଶନ କରି ସାଇଟ୍ ସିଲେକ୍ସନ କରିଛନ୍ତି।ପୋଲେରୁ ଗ୍ରାମବାସୀଙ୍କୁ ନେଇ କିଛି ଭିଡିଓ ଓ ଫଟୋ ଉତ୍ତୋଳନ କରିଥିବାର ଜଣା ପଡ଼ିଛି।
ଆସନ୍ତା ୮ ତାରିଖରୁ ସିଲେରୁ ନଦୀ ପୋଲେରୁ ଘାଟ ଓ ମୋତେଗୁଡ଼ମ ତାଡ଼କାରେଉ ଠାରେ ପୁଷ୍ପା-୨ଭାଗର ସୁଟିଂ ଆରମ୍ଭ ହେବ ବୋଲି ମୈତ୍ରୀ ମୁଭି ମେକର ସଂସ୍ଥା ତରଫରୁ କୁହାଯାଇଛି । ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ ଏଠାକୁ ଆସିବେ ଓ ୪ ରୁ ୫ଦିନ ପର୍ୟ୍ୟନ୍ତ ଏଠାରେ ସୁଟିଂ କରାଯିବ ବୋଲି ଜଣାପଡିଛି। ଏଥି ନିମନ୍ତେ ଜିଲା ପ୍ରଶାସନ ଠାରୁ ଅନୁମତି ଲୋଡ଼ିବେ ବୋଲି ଜଣା ପଡିଛି । ସିନେମାର ସୁଟିଂ ଦେଖିବା ଲାଗି ଏବେ ଠାରୁ ପୋଲେରୁ ଅଞ୍ଚଳରେ ଲୋକ ମାନଙ୍କର ଭିଡ ଜମିବାରେ ଲାଗିଛି।
