ରାକ୍ଷି ସାୱନ୍ତଙ୍କ ମାଆ ଜୟାଙ୍କର ଶନିବାର ରାତିରେ ପରଲୋକ ହୋଇଛି ।
‘ବିଗ ବସ’ ଫେମ ଅଭିନେତ୍ରୀ ରାକ୍ଷି ସାୱନ୍ତଙ୍କ ମାଆ ଜୟାଙ୍କର ଶନିବାର ରାତିରେ ପରଲୋକ ହୋଇଛି । ବ୍ରେନ ଟ୍ୟୁମରେ ପୀଡ଼ିତ ଥିବା ଜୟାଙ୍କର ଦୀର୍ଘଦିନ ହେବ ଚିକିତ୍ସା ଚାଲିଥିଲା । ରାକ୍ଷୀ ନିଜେ ତାଙ୍କ ମାଙ୍କ ଦେହାନ୍ତ ଖବରକୁ ନିଶ୍ଚିତ କରିଛନ୍ତି।ଏନେଇ ରାକ୍ଷୀ କହିଛନ୍ତି ତାଙ୍କ ମାଆଙ୍କର ଦେହାନ୍ତ ହୋଇଛି।
ସେ କହିଥିଲେ, ‘ମା ଆଉ ନାହାଁନ୍ତି’। ମା’ର ଏକାଧିକ ଅଙ୍ଗ ବିଫଳ ହୋଇଛି ଏବଂ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। କ୍ୟାନସର କିଡନୀ ଏବଂ ଫୁସଫୁସରେ ବ୍ୟାପି ଯାଇଥିଲା। ମାଆଙ୍କ ମୃତ୍ୟୁ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ରାକ୍ଷୀ ଖୁବ୍ କାନ୍ଦୁଥିବାର ନଜର ଆସିଥିଲେ। ହସ୍ପିଟାଲରୁ ମାଆଙ୍କୁ ନେଇଯିବା ସମୟରେ ସେ ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ମନେ ପକାଇଛନ୍ତି ।
ଶନିବାର ରାକ୍ଷି ତାଙ୍କ ମାଆଙ୍କୁ ହସ୍ପିଟାଲରୁ ନେଇଯାଉଥିବା ସମୟରେ ଭୋ ଭୋ ହୋଇ କାନ୍ଦୁଥିବା ଦେଖାଯାଇଥିଲା । ଏହି ସମୟରେ ସେ ବାରମ୍ବାର କହୁଥିଲେ, ‘ସଲମାନ ଭାଇ ମା’ ମରିଗଲା’ । ରାକ୍ଷିଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାସହ ରାକ୍ଷି ତାଙ୍କ ମାଆଙ୍କୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ଦେଖାଯାଇଛି ।
