‘ସାଲାର’ରେ ଦମ୍‌ଦାର ଏଣ୍ଟ୍ରି କରିବେ ରକି ଭାଇ

ସାଉଥ୍‌ର ଲୋକପିୟ ଅଭିନେତା ପ୍ରଭାସ। ବର୍ତ୍ତମାନ ସମସ୍ତେ ତାଙ୍କ ‘ସାଲାର’କୁ ନେଇ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରଟି ୨୨ ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି ଶାହାରୁଖ ଖାନଙ୍କ ‘ଡଙ୍କି’କୁ ଟକ୍କର ଦେବ । ରକି ଭାଇ ତାଙ୍କ ରକ୍‌ ଷ୍ଟାଇଲ୍ ସହିତ ଲୋକଙ୍କ ହୃଦୟ ଜିତିବା ପାଇଁ ‘ସାଲାର’କୁ ଆସିପାରନ୍ତି। ଏନେଇ ଏହାକୁ ଜଣେ ଗାୟକ ନିଶ୍ଚିତ କରିଛନ୍ତି। ସାକ୍ଷାତକାର ସମୟରେ ଗାୟକ କହିଛନ୍ତି ଯେ ସେ ଏହି ଚଳଚ୍ଚିତ୍ର ପାଇଁ ତିନୋଟି ଭାଷାରେ ଏକ ଗୀତ ଗାଇଛନ୍ତି। ୟଶ ସାଲାରରେ ଏକ କ୍ୟାମୋ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କ ପ୍ରଶଂସକମାନେ ଏହା ଶୁଣିବା ପରେ ବହୁତ ଖୁସି ହେଉଛନ୍ତି ।

Leave a comment