ସ୍ଵାମୀଙ୍କୁ ଛାଡ଼ି ପାକିସ୍ତାନ ଚାଲିଗଲେ ଅଞ୍ଜୁ
ସୀମା ହାଇଦରର କାହାଣୀ ନୂଆ ମୋଡ଼ ନେଉଥିବାବେଳେ ଏବେ ପୁଣି ଏକ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି। ପ୍ରେମ ପାଇଁ ପ୍ରେମିକକୁ ଭେଟିବାକୁ ସବୁ ସରହଦ ଡେଇଁ ପାକିସ୍ତାନରେ ପହଞ୍ଚିଛନ୍ତି ରାଜସ୍ଥାନର ମହିଳା ଅଞ୍ଜୁ।ପାକିସ୍ତାନର ଖଇବର ପଖତୁନଖଓ୍ଵାରେ ଭାରତୀୟ ମହିଳା ଅଞ୍ଜୁଙ୍କୁ ଦେଖିବା ପାଇଁ ଭିଡ଼ ଜମୁଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଞ୍ଜୁ ଗୋଟିଏ ମାସ ଭିସାରେ ପାକିସ୍ତାନ ଆସିଛନ୍ତି। ତାଙ୍କର ଉଦ୍ଦେଶ୍ୟ ଏହି ମାସେ ଭିତରେ ପ୍ରେମିକ ନସରୁଲ୍ଲାଙ୍କ ସହ ନିର୍ବନ୍ଧ କରିବେ।ନସରୁଲ୍ଲା ପାକିସ୍ତାନର ଏକ ଟିଭି ଚ୍ୟାନେଲ ସହ ଆଲୋଚନା ବେଳେ କହିଛନ୍ତି, କିଛି ଦିନରେ ଉଭୟ ନିର୍ବନ୍ଧ କରିବାକୁ ଯାଉଛନ୍ତି।
ଏହା ପରେ ଅଞ୍ଜୁ ଭାରତ ଫେରିଯିବେ। ଯେବେ ପୁନର୍ବାର ପାକିସ୍ତାନ ଆସିବେ ସେହି ସମୟରେ ବିବାହ କରିବୁ। ଗତ ଦୁଇ ବର୍ଷ ହେବ ଅଞ୍ଜୁଙ୍କ ଭିସା ପାଇଁ ଚେଷ୍ଟା ଚଳାଇଥିଲି, ଯାହା ଏବେ ସଫଳ ହୋଇଛି। ସେ ଓ୍ଵାଘା ବର୍ଡର ଦେଇ ପାକିସ୍ତାନରେ ପହଞ୍ଚିଛନ୍ତି। ଆମେ ଗଣମାଧ୍ୟମଠୁ ଦୂରରେ ରହି ଶାନ୍ତିରେ ରହିବାକୁ ଚାହୁଁଛୁ। ଦୁହିଁଙ୍କ ମଧ୍ୟରେ ଫେସବୁକରେ ବନ୍ଧୁତା ସ୍ଥାପନା ହୋଇଥିଲା ଏବଂ ସମୟ କ୍ରମେ ପରସ୍ପରକୁ ଭଲ ପାଇ ବସିଥିଲେ। ଅଞ୍ଜୁ ବର୍ଡର ଯାଇ ତାଙ୍କୁ ଭେଟିବାକୁ ଚାହୁଁଥିଲେ ବୋଲି ନରସୁଲ୍ଲା କହିଛନ୍ତି।
