କଲ୍ୟାଣପୁର ଉତ୍ସବ ମୁଖର-ତ୍ରିରଙ୍ଗା ପତାକା ତଳେ ଜାତୀୟ ସଂଗୀତ ଗାଇଲେ ଶହଶହ ଜନତା !!
ମାହାଙ୍ଗା -୧୫/୮ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ସମାରୋହ ବେଶ ଆନନ୍ଦ ଉତ୍ସାହର ସହିତ ପାଳନ କରାଯିବା ଦେଖିବାକୁ ମିଳିଛି l କଲ୍ୟାଣପୁର ବଜାର କମିଟି ଆନୁକୂଲ୍ୟରେ ଚଳିତ ବର୍ଷ ୮0 ତମ ସ୍ୱାଧୀନତା ମହୋତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ l ବଜାର କମିଟି ସଭାପତି ତଥା ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ l ସଂକୀର୍ଣ୍ଣ ମନୋଭାବ ଏବଂ ବ୍ୟକ୍ତିସ୍ଵାର୍ଥକୁ ପରିହାର କରି ଦେଶ ଓ ଜାତିର ଗୌରବଜ୍ଜ୍ୱଳ ଗାଥାକୁ ସୁମରଣା ପାଇଁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ l

ଯେଉଁ ବୀର ପୁରୁଷ ମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଆମକୁ ସ୍ୱାଧୀନତା ମିଳିଛି, ସେହି କ୍ରାନ୍ତିଦ୍ରଷ୍ଠା ସଂଗ୍ରାମୀ ମାନଙ୍କୁ ଜୀବନର ଆଦର୍ଶ ଭାବେ ଗ୍ରହଣ ନିମନ୍ତେ ସେ ପରାମର୍ଶ ଦେଇଥିଲେ l ରଘୁନାଥ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାପୀଠ କୋଠପଦା ଏବଂ କଲ୍ୟାଣପୁର ଉନ୍ନୀତ ସରକାରୀ ବିଦ୍ୟାଳୟର ଶହଶହ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ଭବ୍ୟ ଉତ୍ସବରେ ସାମିଲ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ସେନା ଓ ପୋଲିସ ବିଭାଗର ଅବସର ପ୍ରାପ୍ତ ସୈନିକ ଏବଂ ଏସଆଇ ଙ୍କ ସହିତ ବହୁ ବୁଦ୍ଧିଜୀବୀ, ସମାଜସେବୀ, କଳାକାର, ତଥା ବରିଷ୍ଠ ନାଗରିକ ମାନେ ସାମିଲ ହୋଇଥିଲେ l ଉଭୟ ବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ନିଜ ନିଜ ବିଦ୍ୟାଳୟରେ ପତାକା ଉତ୍ତୋଳନ ପୂର୍ବକ ପ୍ରଭାତ ଫେରିରେ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ଜନ ସଚେତନତା ସୃଷ୍ଟି କରିବା ସହିତ ଜାତୀୟ ଭାବନାରେ ଜନସାଧାରଣ ଉଦବୁଦ୍ଧ ହେବାକୁ ବାର୍ତ୍ତା ଦେଇଥିଲେ l ବଜାର କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ,ଆର ଏନ ବିଦ୍ୟାପୀଠ କୋଠପଦାର ପ୍ରଧାନଶିକ୍ଷକ ଗଗନ ବିହାରୀ ସାମଲ ,କଲ୍ୟାଣପୁର ସରକାରୀ ୟୁଜି ଏମ ଇ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ ଶରଣ, ଶିକ୍ଷକ ସର୍ବଶ୍ରୀ ମାଗୁଣି ଚରଣ ସାମଲ,ରଞ୍ଜୁଲତା ରାଉତ, ପ୍ରୀତି ପଲ୍ଲବୀ ସ୍ୱାଇଁ, ରଶ୍ମିତା ବାରିକ, ନିହାରିକା ପ୍ରିୟଦର୍ଶିନୀ,ଲକ୍ଷ୍ମୀବାଇ ଭଞ୍ଜ,ସଚିନ ପ୍ରଧାନ, ବ୍ରଜବନ୍ଧୁ ପଲେଇ, ସନ୍ଧ୍ୟାରାଣୀ ଦାସ,ସସ୍ମିତା ଦାସ, ସୁଶ୍ରୀ ସଂଗୀତା,ନିରୋଜା ନଳିନୀ, ସବିତା ଦାସ,ମମତା ସାମଲ, ସୁବର୍ଣ୍ଣା ମଞ୍ଜରୀ ମଲ୍ଲିକ,ଅଜୟ ନନ୍ଦ,ବଜାର କମିଟି ଉପସଭାପତି ସମାଜସେବୀ ଅଫସର ତୁଲ୍ଲା, ଶତାୟୁ ସଂଗୀତକାର ଗୁରୁ ବିଶ୍ୱନାଥ ପଲେଇ, ସେନାଧିକାରୀ ପୁନାନନ୍ଦ ମହାନ୍ତି, ସେନା ଅଧିକାରୀ କ୍ଷୀରୋଦ ନାୟକ, ସେନାଧିକାରୀ ଗଣେଶ୍ୱର ସାମଲ,ପୋଲିସ ଅଧିକାରୀ ତ୍ରିଲୋଚନ ବେହେରା,କ୍ରୀଡ଼ାଶିକ୍ଷକ ଚକ୍ରଧର ବେହେରା, ବିଷ୍ଣୁ ଚରଣ ବେହେରା,ଭାଗ୍ୟଧର ମହାନ୍ତି,କ୍ଷୀରୋଦ ଦାଶ,ଜୟଦେବ ମହାନ୍ତି,ସୁମନ୍ତ ପଲେଇ,ସୁଶାନ୍ତ ଦାସ,ପ୍ରକାଶ ବେହେରା, ରବୀନ୍ଦ୍ର ପୃଷ୍ଟି, ସନ୍ତୋଷ ଜେନା,ପ୍ରଣବ ବେହେରା, ରମେଶ ବେହେରା, ସରୋଜ ଦାସ,କୃପାମୟ ବେହେରା,ଜୟଦେବ ସାହୁ, ଆଇନୀଜୀବୀ ଲଛମନ ସିହ୍ନା,ଅବଦୁଲ ମନାନ,ଗୌରାଙ୍ଗ ସାହୁ,ବୀର କିଶୋର ଦାସ,ତ୍ରିଲୋଚନ ସାହୁ, ରାଜେନ୍ଦ୍ର ପଣ୍ଡା, ତୁଷାରକାନ୍ତ ମହାନ୍ତି,ପ୍ରଭାକର ସାହୁ, ପ୍ରିୟ ରଞ୍ଜନ ଦାସ, ତ୍ରିଲୋଚନ ବେହେରା,କୈଶୋର ଦାସ,ଶରତ ଚନ୍ଦ୍ର ପଣ୍ଡା,ବିଜୟ ବେହେରା, ପ୍ରଦୀପ ପଲେଇ,ହିମାଂଶୁ ରାଉତ, ସୁନୀଲ ବାରିକ, ବଳରାମ ସାହୁ, ବିନୋଦ ସାହୁ, ଅମୂଲ୍ୟ ପଲେଇ, କୈଳାସ ଦାସ,ରବୀନ୍ଦ୍ର ସେଠୀ, ଯଦୁନାଥ ବେହେରା, ଗୋବିନ୍ଦ ଦାସ, ବିଜୟ କୁମାର ଦାଶ, ବିଶ୍ୱରଂଜନ ଦାଶ, ଗଣେଶ ବିହାରୀ, ବିଜୟ ହାଇବ୍ରୁ,ଲକ୍ଷ୍ମୀଧର ବେହେରା, ଚୈତନ୍ୟ ବେହେରା, ପଞ୍ଚାନନ ପଲେଇ, ଅଙ୍କୁର ବେହେରା, ପ୍ରତାପ ମହାନ୍ତି, ସୁବାସ ଦାସ, ରଞ୍ଜନ ବେହେରା, ଲକ୍ଷ୍ମୀଧର ବେହେରା, ନବକିଶୋର ବେହେରା, ସୁବାସ ଚନ୍ଦ୍ର ଦାଶ, ଶିବ ପ୍ରସାଦ ବେହେରା, ଅରୁଣ ବାରିକ,ପ୍ରମୁଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ ସହିତ ତ୍ରିରଙ୍ଗା ପତାକା ତଳେ ସମବେତ ହୋଇ ଜାତୀୟ ସଂଗୀତ ଗାନକରିଥିଲେ l