ମଧୁ ବାବୁ ପେନ୍‌ସନ୍ ଯୋଜନା: ଅଗଷ୍ଟ ୧୮ ସୁଦ୍ଧା ସରିବ ୬୩,୮୪୮ ପେଣ୍ଡିଂ ଆବେଦନର ଯାଞ୍ଚ

ଖୁବ୍‌ଶୀଘ୍ର ରାଜ୍ୟର ହଜାର ହଜାର ଯୋଗ୍ୟ ଆବେଦନକାରୀଙ୍କୁ ମିଳିବ ‘ମଧୁବାବୁ ପେନସନ୍ ଯୋଜନା’ର ଲାଭ । ଆସନ୍ତା ଅଗଷ୍ଟ ୧୮ ତାରିଖ ସୁଦ୍ଧା ପେଣ୍ଡିଂ ଥିବା ସମସ୍ତ ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ସୂଚନା ଅନୁଯାୟୀ, ମଧୁ ବାବୁ ପେନ୍‌ସନ୍ ଯୋଜନାରେ ଏଯାବତ୍‌ ୬୩ ହଜାର ୮୪୮ଟି ଆବେଦନ ପଡ଼ି ରହିଛି। ଧୁବାବୁ ପେନସନ ଯୋଜନା (MBPY) ହେଉଛି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ । ଏହା ଦ୍ୱାରା ରାଜ୍ୟର ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ ଏବଂ ଅସହାୟ ବ୍ୟକ୍ତିମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ ।