ଗଛ ପଡି ରାସ୍ତା ଅବରୋଧ- ଯାତାୟତ ବାଧାପ୍ରାପ୍ତରାସ୍ତା ସଫାକଲେ ଅଗ୍ନିଶମ କର୍ମଚାରୀ
ଗଣିଆ,-(ବିଶ୍ୱରଂଜନ ସେଠି ) ଗଣିଆ – ଶୁକ୍ରବାର ଅପରାହ୍ନରେ ଛାମୁଣ୍ଡିଆ ମୁଖ୍ୟରାସ୍ତାର କୃଷିବିଭାଗ କାର୍ଯ୍ୟାଳୟ ନିକଟରେ ଅକସ୍ମାତ ପବନମେଘ ନଥିବା ବେଳେ ଏକ ବିରାଟକାୟ ଆମ୍ଭ ଗଛ ରାସ୍ତା ଉପରକୁ ଉପୁଡ଼ି ପଡ଼ିଥିଲା । ସେହି ରାସ୍ତା ଦେଇ ଯାଉଥିବା କିଛି ବ୍ୟକ୍ତିି ଅଳ୍ପକେ ରକ୍ଷା ପାଇଯାଇଥିବା କହିଛନ୍ତି । ଗଛଟି ଦୀର୍ଘ ସମୟଧରି ପଡ଼ି ରହିଥିଲା । ଫଳରେ ଉଭୟ ପାଶ୍ୱର୍ର୍ରେ ଗାଡ଼ିମଟର ବହୁ ଗାଡ଼ି ମଟର ଅଟକି ରହିଥିଲା । ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡ଼ାଙ୍କ ନେତ୍ୃତ୍ୱରେ ଏକ ଟିମ ପଂହଚି ଗଛଟିକୁ କାଟି ରାସ୍ତା ସଫା କରିଥିଲେ । ଗଛଟିକୁ ସଫା କରିବାକୁ ସେମାନଙ୍କ ପ୍ରାୟ ୨ଘଂଟା ସମୟ ଲାଗିଥବଲା ବେଳେ ବିଭାଗୀୟ କର୍ମଚାରୀଙ୍କ ତ୍ୱରିତ କାର୍ଯ୍ୟ ଦେଖି ସ୍ଥାନୀୟ ଲୋକମାନେ ପ୍ରଂଶସା କରିଥିଲେ ।