ଯାଜପୁର,ଭଦ୍ରକ ବାଲେଶ୍ଵର ଜିଲ୍ଲାରେ ପୁଣି ବନ୍ୟା ସ୍ଥିତି
ଯାଜପୁର,ଭଦ୍ରକ ବାଲେଶ୍ଵର ଜିଲ୍ଲାରେ ପୁଣି ବନ୍ୟା ସ୍ଥିତି । ବୈତରଣୀରେ ପୁଣି ବନ୍ୟା ଜଳ ବଢ଼ିଛି । ସିନିୟର ଅଫିସର ନିୟୋଜିତ ଅଛନ୍ତି । ବୁଢାବଳଙ୍ଗରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସ୍ଵତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ବନ୍ୟା ସ୍ଥିତି ଉପରେ ନଜର ରହିଛି । ଗ୍ରାଉଣ୍ଡରେ ଅଧିକାରୀ ରହିଛନ୍ତି । ସୁବର୍ଣ୍ଣରେଖାରେ ମଧ୍ୟ ବନ୍ୟା ସୃଷ୍ଟି ହୋଇଛି । ବୁଢାବଳଙ୍ଗରେ ବର୍ଷା ଯୋଗୁଁ ବିପଦ ସଂକେତ ଅତିକ୍ରମ କରିଛି । ଯାହାର ପ୍ରଭାବ ବାଲେଶ୍ବରରେ ଦେଖିବାକୁ ମିଳିବ । ବନ୍ୟା ମୁକାବିଲା ପାଇଁ ଓଡ୍ରାଫ ଓ ଏନ୍ଡିଆରଏଫ ଟିମ୍ଗୁଡ଼ିକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ବାଲେଶ୍ୱରରେ ୮ଟି ଟିମ୍, ଯାଜପୁରରେ ୨ଟି ଓଡ୍ରାଫ ଓ ଗୋଟିଏ ଏନ୍ଡିଆରଏଫ ଟିମ୍, ଭଦ୍ରକରେ ୨ଟି ଏବଂ କେନ୍ଦୁଝରରେ ଗୋଟିଏ ଟିମ୍ ମୁତୟନ ଥିବା ସୂଚନା ମିଳିଛି। ଅତିରିକ୍ତ ୪ଟି ଟିମ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ପ୍ରଭାବିତ ପଞ୍ଚାୟତ ଗୁଡ଼ିକରେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି। ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିଲେ ମଧ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କୁହାଯାଇଛି।