ଜଣେ ୱରେଂଟଙ୍କୁ କୋର୍ଟ ଚାଲାଣ କଲା ଗଣିଆ ପୋଲିସ
ଗଣିଆ,-(ବିଶ୍ୱରଂଜନ ସେଠି .) ଗଣିଆ ଥାନା ଅନ୍ତର୍ଗତ ଛାମୁଣ୍ଡିଆ ପଂଚାୟତର ଛାମୁଣ୍ଡିଆ ଗ୍ରାମରୁ ନରେନ୍ଦ୍ର ନାୟକ (୬୧)ଙ୍କୁ ଗିରଫ କରିଛି ଗଣିଆ ପୋଲିସ । ସୁଚନା ଥାଉକି ନରେନ୍ଦ୍ର ନାୟକଙ୍କ ନାମରେ ବିଗତ ଦିନରେ ଭିନ୍ନ ଭିନ୍ନ ୪ଗୋଟି ୱାରେଂଟ ଇସୁ ହୋଇଥିବାବେଳେ ସେ ବହୁଦିନ ଫେରାର ହୋଇ ରାଜ୍ୟର ବିଭିନ୍ନ ସ୍ଥାନ ବୁଲୁଥିଲେ । ଯାହାକୁ ନେଇ ଗଣିଆ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲା । ଗତକାଲି ସନ୍ଧ୍ୟାରେ ବିଶେଷ ସୁତ୍ରରୁ ଖବର ପାଇ ଥାନା ଥାନା ଅଧିକାରୀ ଟଙ୍କଧର ଛତ୍ରିଆଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ସାହା ଆଲାମ ଖାନ, ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ବିକ୍ରମ ବିଶ୍ୱାଳ ଗତକାଲି ବିଳମ୍ବିତ ରାତ୍ରୀରେ ଗିରଫ କରି ଗଣିଆ ଥାନା ଆଣି ଅଧିକ ପଚରା ଉଚୁରା ପରେ ଶୁକ୍ରବାର ଅପରାହ୍ନରେ ଦଶପଲା କୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଣିଆ ଥାନା ଏଏସଆଇ ଶ୍ରୀଯୁକ୍ତ ଖାନ କହିଛନ୍ତି ।