ଗାନ୍ଧୀ ମାର୍ଗରେ ପତ୍ତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେଲେ ବଡ଼ ବାର୍ତ୍ତା

୮୦ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଚା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମ କେବଳ ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ ନଥିଲା, ଏହା ଥିଲା ରାଷ୍ଟ୍ର ଗଠନର ପ୍ରଥମ ପାହାଚ ।ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଦୁଇ ବର୍ଷରେ ରାଜ୍ୟ ପ୍ରଗତି କରିଛି। ନାଗରିକଙ୍କୁ ମୌଳିକ ସୁବିଧା ପ୍ରଦାନ କରାଯାଉଛି। ସଡ଼କ, ବିଜୁଳି, ପାନୀୟ ଜଳ ଯୋଗାଣ ଭଳି ମୌଳିକ ସୁବିଧା ପ୍ରଦାନ ପାଇଁ ସରକାର ବଦ୍ଧ ପରିକର। ଦେଶର ପ୍ରଥମ ରାଜ୍ୟ ଭାବେ କେଜିରୁ ପିଜି ଯାଏ ମାଗଣା ଶିକ୍ଷା ଏକ ଐତିହାସିକ ପଦକ୍ଷେପ। ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୨୦୦ ଆବାସିକ ବିଦ୍ୟାଳୟ ନିର୍ମାଣ ହେବ। ୨୬ ହଜାର ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି ପାଇବେ। ନବମ ଓ ଦଶମ ଶ୍ରେଣୀ ପାଇଁ ମାଗଣା ଖାଦ୍ୟ ଓ ପୁସ୍ତକ ବଣ୍ଟନ କରାଯିବ। ଯାଜପୁର, କନ୍ଧମାଳ ଭଳି ଆଉ କିଛି ଜିଲ୍ଲାରେ ମେଡିକାଲ କଲେଜ ହେବ। କୃଷକ କୁ ସବୁ ପ୍ରକାର ସହାୟତା ମିଳିବ।ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଗତ ୧୨ ବର୍ଷରେ ଦେଶର ବିକାଶ ଓ ଆତ୍ମନିର୍ଭରତା ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ଜନଧନ ଯୋଜନା, ସ୍ୱଚ୍ଛ ଭାରତ, ସ୍ୱାସ୍ଥ୍ୟସେବା ଓ ପ୍ରତିରକ୍ଷା କ୍ଷେତ୍ରର ସଫଳତାକୁ ସେ ଉଲ୍ଲେଖ କରିଛନ୍ତି ।