କାଳବୈଶାଖୀ ପ୍ରଭାବଆମ୍ବଗଛ ପଡି ରାସ୍ତା ଅବରୋଧ, ବିଦ୍ୟୁତ ଖୁଂଟ ଉପୁଡ଼ିଲା

ଗଣିଆ,(ବିଶ୍ୱରଂଜନ ସେଠି ) ଶୁକ୍ରବାର ଅପରାହ୍ନରେ କାଳବୈଶାଖିର ପ୍ରଭାବରେ ଗଣିଆ ଅଂଚଳର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । କାଳବୈଶାଖୀ ପ୍ରଭାବରେ ବହୁ ଜୋରରେ ପବନ ବହିବାରୁ କିଶୋରପ୍ରସାଦ ପଂଚାୟତର କିଶୋରପ୍ରସାଦ, ଇନ୍ଦିପଟା, କାଳିଆପଡ଼ାଅଦି ଗ୍ରାମରେ ବ୍ୟପକ କ୍ଷୟକ୍ଷତି ଘଟିଛି । ବିଭିନ୍ନ ଯାଗାରେ ବିଭିନ୍ନ ପ୍ରକାର ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଆବରୋଧ ହୋଇ ପଡ଼ିଛି । ଏଥି ସହିତ ବିଭିନ୍ନ ଯାଗାରେ ବିଦ୍ୟୁତ ଖୁଂଟ ଉପୁଡ଼ିବା ସହିତ ବିଦ୍ୟୁତ ତାର ଛିଡ଼ି ରାସ୍ତା ଉପରେ ପଡ଼ିରହିଛି । ଗଣିଆ ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାଳ ବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଭାଙ୍ଗିଥିବା ଗଛକୁ କାଟି ରାସ୍ତା ସଫା କରିଥିଲେ । ବିଦ୍ୟୁତ ବିଭାଗର କର୍ମଚାରୀମାନେ ତୁରନ୍ତ ବିଦ୍ୟୁତ ସଂଯୋଗ ପାଇଁ ଚେଷ୍ଟା ଜାରି ରଖିଛନ୍ତି ।