କାହିଁକି ଶ୍ରାବଣ ମାସରେ ଶିବଙ୍କ ଉପରେ ଜଳଲାଗି ହୁଏ ?

ଶ୍ରାବଣ ମାସରେ ଶିବଙ୍କ ଉପରେ ଜଳଲାଗି କଲେ ବହୁତ ପୁର୍ଣ୍ୟ ମିଳିଥାଏ | ପୌରାଣିକ ମାନ୍ୟତା ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ହଳାହଳ ବିଷକୁ ଭଗବାନ ଶିବ ନିଜ କଣ୍ଠରେ ଧାରଣ କରିଥିଲେ। ସେହି ବିଷର ଜ୍ୱାଳାକୁ ଶାନ୍ତ କରିବା ପାଇଁ ଦେବତା ଓ ଭକ୍ତମାନେ ତାଙ୍କ ଉପରେ ଜଳାଭିଷେକ କରିଥିଲେ। ସେହି ଦିନଠାରୁ ଶ୍ରାବଣ ମାସରେ ମହାଦେବଙ୍କ ଜଳାଭିଷେକ କରିବାର ପରମ୍ପରା ଚାଲିଆସୁଛି ।ଶ୍ରାବଣ ସୋମବାର ଦିନ ଖାଲି ଜଳ ଅର୍ପଣ କରିବା ମଧ୍ୟ ଅତ୍ୟନ୍ତ ଶୁଭ ମାନାଯାଏ, କିନ୍ତୁ କିଛି ବିଶେଷ ସାମଗ୍ରୀ ସହିତ ଜଳାଭିଷେକ କଲେ ମହାଦେବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଗଙ୍ଗାଜଳକୁ ଅତ୍ୟନ୍ତ ପବିତ୍ର ବୋଲି ଧରାଯାଏ। ଶିବଲିଙ୍ଗରେ ଗଙ୍ଗାଜଳ ଅର୍ପଣ କଲେ ମନ ଶୁଦ୍ଧ ହେବା ସହ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।କ୍ଷୀରରେ ଅଭିଷେକ କରିବା ଦ୍ୱାରା ଘରେ ସୁଖ-ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି । ଦହି ଅର୍ପଣ କଲେ ଜୀବନରେ ସ୍ଥିରତା ଆସିଥାଏ। ସେହିପରି ମହୁକୁ ମଧୁରତାର ପ୍ରତୀକ ମାନାଯାଉଥିବାରୁ, ଏହାକୁ ଅର୍ପଣ କଲେ ସମ୍ପର୍କରେ ମଧୁରତା ଆସିଥାଏ ।ଭଗବାନ ଶିବଙ୍କ ପୂଜା ବେଲପତ୍ର ବିନା ଅସମ୍ପୂର୍ଣ୍ଣ ମାନାଯାଏ । ତିନୋଟି ପତ୍ର ଥିବା ସଫା ବେଲପତ୍ର ଚଢ଼ାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଅନେକ ସ୍ଥାନରେ ମନୋସ୍କାମନା ପୂରଣ ପାଇଁ ଆଖୁ ରସରେ ମଧ୍ୟ ଅଭିଷେକ କରାଯାଏ ।