ସୁଧୁରୁନି ଇସ୍କନ .. ପୁଣି ଅଦିନରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା! ବାର୍କେଲେରେ ସ୍ନାନଯାତ୍ରାକୁ ନେଇ ବିବାଦ

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଇସ୍କନ୍‌ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ପୁଣି ତେଜିଛି ବିବାଦ । ଆମେରିକା କାର୍ଲିଫର୍ନିଆର ବର୍କଲି ଅଂଚଳରେ ଥିବା ସର୍ବ ପୁରାତନ ଇସ୍କନ୍ ମନ୍ଦିରରେ ଆଜି ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନ ଯାତ୍ରା ଅନୁଷ୍ଠିତ । ଆସନ୍ତା ଅଗଷ୍ଟ ୨୩ ତାରିଖ ରବିବାର ଦିନ ରଥଯାତ୍ରା ଆୟୋଜନ କରାଯିବ । ବାରମ୍ବାର ଚିଠି ସ୍ବତ୍ତେ ଶୁଣୁନି ଇସ୍କନ । ଆମେରିକାରେ ରହୁଥିବା ୧୦୦ରୁ ଅଧିକ ଓଡ଼ିଆ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ବନ୍ଦ କରିବାକୁ ଦାବି କରିଥିବା କୁହାଯାଉଛି । ହେଲେ ଏହାପରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବାରୁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ କ୍ଷୋଭ ବଢ଼ିଛି । ଘଟଣାକୁ ନେଇ ଏବେ ଦେଶ ଓ ବିଦେଶରେ ରହୁଥିବା ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ତୀବ୍ର ହୋଇଛି । ଏହି ପ୍ରସଙ୍ଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ପ୍ରତିବାଦକାରୀମାନେ । ତେବେ ଏହି ଆୟୋଜନକୁ ନେଇ ଇସ୍କନ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିଛି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।