ଗଣିଆ ରାମମନ୍ଦିରର ମୁଖ୍ୟଟ୍ରଷ୍ଟି ତଥା ଶିକ୍ଷାବିତ ଦ୍ୱିତୀକୃଷସାରଙ୍କ ହୃଦଘାତରେ ମୃତ୍ୟୁ

ଗଣିଆ -(ବିଶ୍ୱରଂଜନ ସେଠି ) ସୋମବାର ଦିନ ବିଳମ୍ବିତ ରାତିରେ ଗଣିଆ ରାମମନ୍ଦିରର ମୁଖ୍ୟ ଟ୍ରଷ୍ଟି, ରାମଲୀଳା ନାଟକର ନୃତ୍ୟଗୁରୁ, ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିତିକୃଷ୍ଣ ସାହୁଙ୍କ ହୃଦଘାତରେ ଆକସ୍ମିକ ବିୟୋଗ ହୋଇଯାଇଛି । ସୂଚନାଥାଉକି ଗଣିଆ ଗ୍ରାମର ପାଟଣାସାହିର ଦିତିକୃଷ୍ଣ ସାହୁ ଗତକାଲି ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକ ଗଣିଆ ଗୋଷ୍ଠୀ ସ୍ଵାଥ୍ୟକେନ୍ଦ୍ରକୁ ନେଇଥିଲେ ଡାକ୍ତର ସେଠାରେ ଚିକିତ୍ସା କରିବା ସମୟରେ ଆକସ୍ମିକଭାବେ ହୃଦଘାତରେ ମୃତ୍ୟୁ ଘଟିଥିଲା । ଏଭଳି ମୃତ୍ୟୁକୁ ନେଇ ଅଂଚଳବାସୀ ଗଭୀର ଭାବେ ମର୍ମାହତ ହୋଇପଡିଛନ୍ତି । ​ ସ୍ଵର୍ଗତ ସାରଙ୍କ ଶିକ୍ଷା ଦାନ ସହ ସମାଜସେବା ଏବଂ ଧାର୍ମିକ ଅନୁଷ୍ଠାନ ତଥା ଗଣିଆ ରାମ ମନ୍ଦିର ନିର୍ମାଣରେ ତାଙ୍କର ଭୂମିକାଅତୁଳନୀୟ । ଶିକ୍ଷା କ୍ଷେତ୍ରରେ ଅଗ୍ରଗତିରେ ତାଙ୍କର ନିଷ୍ଠାପର ଯୋଗଦାନ ସଦା ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଭଳି ଜଣେ ନିଷ୍ଠାବାନ୍ ଓ ମାର୍ଗଦର୍ଶକ ବ୍ୟକ୍ତିତ୍ୱଙ୍କୁ ହରାଇ ସମଗ୍ର ଅଞ୍ଚଳ ଆଜି ଏକ ଅପୂରଣୀୟ କ୍ଷତିର ସମ୍ମୁଖୀନ ହୋଇଛି।​ଆମେ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ପ୍ରଭୁ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ, ଏହି କଠିନ ସମୟରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ।