ଗ୍ରାହକଙ୍କୁ ଝଟକା! ପୁଣି ମହଙ୍ଗା ହେଲା ସୁନା, ରୁପା

ଅଗଷ୍ଟ ଆରମ୍ଭରେ ଶସ୍ତା ହୋଇଥିବା ସୁନା ଗତ କିଛି ଦିନ ମଧ୍ୟରେ ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି। ଲଗାତାର କିଛି ଦିନ ଧରି ସୁନା ମୂଲ୍ୟ (Gold Price) ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସୁନା କିମ୍ବା ରୁପା ଗହଣା କିଣିବା ପୂର୍ବରୁ ଆଜିର ମୂଲ୍ୟ କେତେ ଅଛି ଜାଣନ୍ତୁ। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୫,୧୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୨,୨୦୦ ଟଙ୍କା ଛୁଇଁଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୫,୧୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୨,୨୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୫,୦୦୦ ଟଙ୍କା ହୋଇଛି ।