ଜୋନ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ପ୍ରତିଯୋଗିତା ସମାପନ
ଗଣିଆ -(ବିଶ୍ୱରଂଜନ ସେଠି ) ଜୋନ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହିତ ସମାପ୍ତ ହୋଇଯାଇଛି। ତିନି ନମ୍ବର ଜୋନର ରାମଚନ୍ଦ୍ର ପ୍ରାଣବନ୍ଧୁ ନୋଡାଲ ବିଦ୍ୟାପୀଠ ରାସଂଗ ଏବଂ ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ ବେଲପଡ଼ା ପାଟଣା ର ମିଳିତ ତତ୍ତ୍ୱାବଧାନରେ ରାସଙ୍ଗ ବିଦ୍ୟାଳୟ ପ୍ରାଙ୍ଗଣରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି କାଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ପ୍ରଧାନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଅଜୟ କୁମାର ମହାରଣା ଯୋଗ ଦେଇଥିବାବେଳେ ସାମ୍ନାନୀତ ଅତିଥିଭାବେ କ୍ରୀଡ଼ା ଶିକ୍ଷକ ନିରଞ୍ଜନ ମହାରଣା, ଶୁଭ୍ର ଦର୍ଶନ ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ । JRC ଏବଂ ସ୍କାଉଟ୍ ଗ୍ରୁପ୍ ପକ୍ଷରୁ ଭବ୍ୟ ସ୍ୱାଗତ ଜଣାଇ ମଞ୍ଚକୁ ପାଛୋଟି ନିଆଯାଇଥିଲା।ପରେ ଆମନ୍ତ୍ରିତ ଅତିଥିବୃନ୍ଦ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଧୂପ, ଦୀପ ଓ ପୁଷ୍ପ ଅର୍ପଣ କରି ତାଙ୍କର ଆଶୀର୍ବାଦ କାମନା କରିଥିଲେ ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାରଣା ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବରେ ଖେଳରେ ଅଂଶଗ୍ରହଣ କରିବା ସହିତ ଖେଳକୁ ଉପଭୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତାମୂଳକ ମନୋଭାବ ପରିବର୍ତ୍ତେ ସହଯୋଗ, ଭାଇଚାରା ଓ କ୍ରୀଡ଼ାସୁଲଭ ମନୋଭାବ ନେଇ ଖେଳିବା ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ଉପଦେଶ ଦେଇଥିଲେ,ସେହିପରି ବିଦ୍ୟାଳୟର ସଭାପତି ରଞ୍ଜନ କୁମାର ରାଉତ ମଧ୍ୟ ଯୋଗ ଦେଇଥିଲେ l
ଏହାପରେ ସମସ୍ତ ଛାତ୍ରଛାତ୍ରୀ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଶପଥ ପାଠ କରିଥିଲେ। ପ୍ରଥମେ ଅତିଥିମାନଙ୍କ ଦ୍ୱାରା ରିବନ୍ କାଟି ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ଶୁଭ ଉଦ୍ଘାଟନ କରାଯାଇଥିଲା।ଏହି କ୍ରୀଡ଼ା ଉତ୍ସବରେ ବାଳକ ଓ ବାଳିକା କବାଡ଼ି, ଭଲିବଲ୍, ବ୍ୟାଡମିଣ୍ଟନ୍, ଯୋଗ, ଚେସ୍ ଆଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଖେଳରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଜଳଖିଆ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ଏହି ବ୍ୟବସ୍ଥାରେ ରାମଚନ୍ଦ୍ର ପ୍ରାଣବନ୍ଧୁ ନୋଡାଲ ବିଦ୍ୟାପୀଠର JRC ଓ ସ୍କାଉଟ୍ ଗ୍ରୁପ୍ର ସମସ୍ତ ସଦସ୍ୟ ଓ ଶିକ୍ଷକ ଶ୍ରୀଯୁକ୍ତ ଦୀପକ କୁମାର କୁନାର ଙ୍କ ସହଯୋଗରେ ପ୍ରଦାନ କରିଥିଲେ। ତତସହିତ jrc block coordinater ଭାଗୀ ରଥି ଜ।ନୀ ମଧ୍ୟ ସହଯୋଗ କରିଥିଲେ।କ୍ରୀଡ଼ା ଶିକ୍ଷକ ନିରଞ୍ଜନ ମହାରଣା ଏବଂ ସୁଭ୍ର ଦର୍ଶନ ପଣ୍ଡାଙ୍କ ନେତୃତ୍ୱ ଓ ତତ୍ତ୍ୱାବଧାନରେ ସମସ୍ତ କ୍ରୀଡ଼ା ପ୍ରତିଯୋଗିତା ସୁଚାରୁରୂପେ ପରିଚାଳିତ ହୋଇଥିଲା।
ତଦ୍ସହିତ ବିଦ୍ୟାଳୟର ସରକାରୀ ଶିକ୍ଷକ-ଶିକ୍ଷୟିତ୍ରୀମାନେ—ଦଣ୍ତଧର ରାଉତ, ଅଜିତ କୁମାର ନାୟକ, ଅନୁପମା ନାୟକ, ନିବେଦିତା ଦାସ, ବିବେକାନନ୍ଦ ସ୍ବାଇଁ, ଅନିତା ମହାପାତ୍ର, ପ୍ରିତିଦୀପା ସାହୁ, ବିଶ୍ୱକର୍ମା କହଁର ଏବଂ ବିଶ୍ୱମ୍ବର ବେହେରା ,ଦୀପକ କୁମାର ପାତ୍ର ପ୍ରମୁଖ ସମସ୍ତେ କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନ ଓ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ଡାକବାଜି ଯନ୍ତ୍ର ସହାୟତାରେ କ୍ରୀଡ଼ା ପ୍ରତିଯୋଗିତା ସମ୍ବନ୍ଧୀୟ ସମସ୍ତ ସୂଚନା ଶ୍ରୀଯୁକ୍ତ କୁନାର ନିୟମିତ ଭାବରେ ପ୍ରଦାନ କରୁଥିଲେ। ପରିଶେଷରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରେଶ ପ୍ରଧାନ ସମସ୍ତ ପ୍ରତିଯୋଗୀ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, କ୍ରୀଡ଼ା ଶିକ୍ଷକ, ସାମ୍ବାଦିକ ଭାଇ ଓ ଆୟୋଜନରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ