ସ୍କ୍ରବ୍ ଟାଇଫସ୍ ନିୟନ୍ତ୍ରଣ ପାଇଁ ତତ୍ପର ସ୍ୱାସ୍ଥ୍ୟ ବିଭାଗ, ଚିହ୍ନଟ ଅଞ୍ଚଳକୁ ଯିବେ ଡାକ୍ତରୀ ଟିମ୍
ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ନିୟନ୍ତ୍ରଣ ପାଇଁ ନିଆଯାଉଛି ପଦକ୍ଷେପ । ସ୍କ୍ରବ୍ ଟାଇଫସ୍ ମାମଲାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । । ଯେଉଁ ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହେବେ, ସେଠାକୁ ଡାକ୍ତରୀ ଟିମ୍ ପଠାଯିବ। ରୋଗ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ, ସେଥିପାଇଁ ସଚେତନତା ସହ ନିୟନ୍ତ୍ରଣମୂଳକ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ସ୍କ୍ରବ୍ ଟାଇଫସ୍ ରୋଗର ଚିହ୍ନଟ, ଚିକିତ୍ସା ଏବଂ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯାଇଛି। ରୋଗୀ ଚିହ୍ନଟ ହେବା ପରେ କେଉଁ ପ୍ରକାର ଚିକିତ୍ସା କରାଯିବ, ସଂପୃକ୍ତ ଅଞ୍ଚଳରେ କେଉଁ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯିବ ଓ ରୋଗର ପ୍ରସାର କିପରି ରୋକାଯିବ, ସେନେଇ ନିର୍ଦ୍ଦେଶାବଳୀ ରହିଛି।ରୋଗ ଚିହ୍ନଟ ହେଉଥିବା ଅଞ୍ଚଳରେ ସର୍ଭେଲାନ୍ସ ବଢ଼ାଇବା ସହ ଆବଶ୍ୟକ ସଚେତନତା ଓ ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି