ଟନେଲ ରେସକ୍ୟୁ ନେଇ ହେବ ମିଶନ ସୁଡଙ୍ଗ ଫିଲ୍ମ
ଉତ୍ତରାଖଣ୍ଡର ଟନେଲରେ ଉଦ୍ଧାର କାର୍ଯ୍ୟର ସଫଳତା ପରେ ଏହାକୁ ନେଇ ଫିଲ୍ମ ନିର୍ମାଣ କରିବା ଯୋଜନା ଆରମ୍ଭ ହୋଇଛି। ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ ଏହି ଉଦ୍ଧାର କାର୍ଯ୍ୟ ଉପରେ ଖୁବ ଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ| ଅନୁମାନ କରାଯାଉଛି ଖିଲାଡି ବୟ ଅକ୍ଷୟ କୁମାର ଏହି ଉଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ତାଙ୍କୁ ଟନେଲ ବିଶେଷଜ୍ଞ ଅନୋଲ୍ଡ ଡିକ୍ସଙ୍କ ଭୂମିକାରେ ଦେଖିବାକୁ ମିଳିବ। ସୋସିଆଲ ମିଡିଆରେ ଭାଇରାଲ ହେବା ପୋଷ୍ଟରେ ଏହା ଦାବି କରାଯାଉଛି। ତେବେ ଅଭିନେତାଙ୍କଠାରୁ ଏନେଇ କୌଣସି ଅଫିସିଆଲ ପ୍ରତିକ୍ରିୟା ମିଳି ନାହିଁ । ଏହି ଫିଲ୍ମର ନାମ ରଖାଯିବ ମିଶନ ସୁଡଙ୍ଗ ।
ସବୁଠାରୁ ବଡ କଥା ହେଉଛି ଏହି ଅପରେଶନରେ ଓଏନଜିସି, ଏସଜେଭିଏନଏଲ, ଆରଭିଏନଏଲ, ଏନଏଚଆଇଡିସିଏଲ ଏବଂ ଟିଏଚଡିସିଏଲର ବିଶେଷଜ୍ଞମାନେ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଉଦ୍ଧାର ସମୟରେ ଆର୍ନୋଲ୍ଡ ଡିକ୍ସଙ୍କୁ ମଧ୍ୟ ଡକାଯାଇଥିଲା। ସେ ଅଷ୍ଟ୍ରେଲିଆରେ ଚାଲୁଥିବା ଅନ୍ତର୍ଜାତୀୟ ଟନେଲିଂ ଏବଂ ଅଣ୍ଡରଗ୍ରାଉଣ୍ଡ ସ୍ପେସ ଆସୋସିଏଶନର ସଭାପତି।ବ୍ରିଟିଶ ଇନଷ୍ଟିଚ୍ୟୁଟ ଅଫ ଇନଭେଷ୍ଟିଗେଟର୍ସରେ କାମ କରୁଥିବା ଡିକ୍ସଙ୍କର ଇଞ୍ଜିନିୟରିଂ, ଭୂବିଜ୍ଞାନ, ଆଇନ ଏବଂ ବିପଦ ପରିଚାଳନା କ୍ଷେତ୍ରରେ ୩୦ ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି।୨୦ ନଭେମ୍ବରରେ ସିଲ୍କିରା ଟନେଲରେ ପହଞ୍ଚିଥିବା ଆର୍ନୋଲ୍ଡ ଡିକ୍ସ ଦିନରାତି ଶ୍ରମିକଙ୍କ ସହ ଯୋଗାଯୋଗରେ ଥିବାବେଳେ ସମସ୍ତଙ୍କୁ ସକାରାତ୍ମକ ରହିବାକୁ ପରାମର୍ଶ ଦେଇଥିଲେ। ପରେ ସୁରକ୍ଷିତ ଭାବେ ୪୧ ଜଣ ଶ୍ରମିକଙ୍କୁ ୬୦ ମିଟର ଭିତରୁ ମଧ୍ୟରୁ ଉଦ୍ଧାର କରାଯାଇଥିଲା ।