ଦିବା ରାତ୍ରି କଉଡ଼ି ଖେଳ ପ୍ରତିଯୋଗିତା -ବଳଦେବଜୀଉଟିମ ଚମ୍ପିୟାନ /ଜଗନ୍ନାଥ ଭରଷା ଟିମ ରନର୍ସଅପ

ଜଗତସିଂହପୁର ତା =27/10/26ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର କୁମାର ପୁର୍ଣିମା ଉପଲକ୍ଷେ ସିଦ୍ଧଳ ହରିହାଟ ପ୍ରାଙ୍ଗଣରେ ଦିବାରାତି କଉଡ଼ି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |ସିଦ୍ଧଳ ୬ ସାହିରୁ ଆଠଟି କଉଡ଼ି ଖେଳ ଟିମ ଏହି ପ୍ରଯୋଗିତାରେ ଅଂଶ ଗ୍ରହଣ କରିଥିଲେ | ଦିବାରାତ୍ରି କଉଡ଼ି ଖେଳ ପ୍ରତିଯୋଗିତା ଅତି ଚିତାକର୍ଷକ ମନେ ହେଉଥିଲା |ବଜରଙ୍ଗୀ କଉଡ଼ି ଟିମ ବଳଦେବଜୀଉ ସାହି ସହିତ ଜଗନ୍ନାଥ ଭରଷା ଟିମ ଗୁଆମାଳ ସାହି ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା | ବଜରଙ୍ଗୀ ଟିମ ବଳଦେବଜୀଉ ସାହି ଚମ୍ପିୟାନ ଏବଂ ଜଗନ୍ନାଥ ଭରଷା ଟିମ ଗୁଆମାଳସାହି ଟିମ ରନର୍ସଅଫ ହୋଇଥିଲା | ମୁଖ୍ୟ ଅତିଥି ସମାଜସେବୀ ନାରାୟଣ ଦାସ, ଆୟୋଜକ ସୁବାଷ ଚନ୍ଦ୍ର ରାଉତ | ତରଙ୍ଗ ସେନ ପରିଡା, ଦିଲ୍ଲୀପ ବେହେରା ଚମ୍ପିୟାନ ଏବଂ ରନର୍ସ ଅଫ ଟିମ କୁ ଟ୍ରଫି ପ୍ରଦାନ କରିଥିଲେ | ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ