ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ରେ ଯୋଗଦେବେ ଚନ୍ଦାହାଣ୍ଡି ଚାରିଜଣ

ଚନ୍ଦାହାଣ୍ଡି – ତା ୨୭/୧୦ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ଚନ୍ଦାହାଣ୍ଡି ଅଞ୍ଚଳରୁ ଚାରିଜଣ ବ୍ୟକ୍ତି ଙ୍କୁ ଚୟନ କରି ବ୍ଲକ ପ୍ରଶାସନ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ କୁ ପ୍ରେରଣ କରିଛି l ତେବେ ଆଜି ଏହି ଚାରିଜଣ ବ୍ୟକ୍ତି ପୌରଷ ମାଝୀ ( ଚନ୍ଦାହାଣ୍ଡି ), ରାମଲାଲ ମାଝୀ ( ଡହିମାଲ) , ପ୍ରେମଲାଲ ପଟେଲ ( ଜମାଦାରପଡା) ରାଜମନ ଗୌଡ଼ ( ସେମଲା ପଡ଼ା ) ଙ୍କୁ ପଞ୍ଚାୟତ ସମିତି ଚନ୍ଦାହାଣ୍ଡି ଟରଫରୁ ଉତ୍ତରୀୟ, ଫୁଲତୋଡ଼ା, ପାମ୍ପଲେଟ ଦେଇ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ କୁ ପ୍ରେରିତ କରାଯାଇଛି l ଚନ୍ଦାହାଣ୍ଡି ଅଞ୍ଚଳରୁ ପାଞ୍ଚଜଣ ବ୍ୟକ୍ତିଙ୍କୁ ଚୟନ କରାଯାଇଥିବା ବେଳେ ତନ୍ମଧ୍ୟରୁ ଜଣେ ବ୍ୟକ୍ତିଗତ ସମସ୍ୟା କାରଣ ରୁ ଅହମଦାବାଦ ରେ ହେବାକୁଥିବା ରାଷ୍ଟ୍ରୀୟ ଏକତା ଦିବସ ର “ନକ୍ସଲ ମୁକ୍ତ ଭାରତ ” କାର୍ଯ୍ୟକ୍ରମ କୁ ଯୋଗଦେଇ ପ୍ରତିନିଧିତ୍ୱ କରିବା ନେଇ ଯାଇ ନଥିବା ସୂଚନା ମିଳିଛି l ତେବେ ପ୍ରଶାସନ ତରଫରୁ ପ୍ରେରିତ ଚାରିଜଣ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ନବରଙ୍ଗପୁର ରୁ ଗୁଜରାଟ ସ୍ଥିତ ସର୍ଦାର ବଲ୍ଳଭ ଭାଇ ପଟେଲ ଙ୍କ ପ୍ରତିମୂର୍ତ୍ତି ସ୍ଥଳ ଏକତା ନଗର ( କେଭାଡ଼ିଆ ) ସ୍ଥିତ ଷ୍ଟେଚ୍ୟୁ ଅଫ ୟୁନିଟି କମ୍ପ୍ଲେକ୍ସ ରେ ହେବାକୁ ଥିବା ଚଳିତ ଅକ୍ଟୋବର ୩୧ ତାରିଖର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରେରିତ କରିଥିବା ଦେଖିବାକୁ ମିଳିଛି l ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ଶୁଭ ବିଦାୟ ଦେଇ ପ୍ରେରଣ କଲା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ବରିଷ୍ଠ ବିଜେପି ନେତା ଗୋବିନ୍ଦ ଜୈନ ବିଡ଼ିଓ ଚଇନୁ ଗଣ୍ଡ, ମତ୍ସ୍ୟ ଅଧିକାରୀ, ଭାବଗ୍ରାହୀ ନାୟକ,, ଯୁଗେଶ୍ୱର ନାଗ, ଜଗଦୀଶ ସୁନା, କିରାଣୀ ଦେବେନ୍ଦ୍ର ବେହେରା, ଯାଦବ ବଗର୍ତ୍ତି, ଯଶୋବନ୍ତ ନାଗେଶ ପ୍ରମୁଖ ଉପସ୍ଥିତ ରହି ଶୁଭ ମନାସୀ ବିଦାୟ ଦେଇଥିଲେ l